ପ୍ରମିଳାଙ୍କ ମୁଣ୍ଡ ଖରାପ, ଜାଣୁ ନାହାନ୍ତି କିଛି

ରାଜ୍ୟ ବିଜେଡି ସରକାରରେ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ଥିବା ବରିଷ୍ଠ ନେତ୍ରୀ ଜାଣନ୍ତି ନାହିଁ ଯେ ୨୦୨୩ ଡିସେମ୍ବର ୩୧ ତାରିଖ ସୁଦ୍ଧା ପଦ୍ମପୁରକୁ ସ୍ଵତନ୍ତ୍ର ଜିଲ୍ଲା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି !

ଗତକାଲି ବିଧାନସଭାରେ ଏସଂକ୍ରାନ୍ତରେ ମନ୍ତ୍ରୀ ଦେଇଥିବା ଉତ୍ତରକୁ ନେଇ ଚର୍ଚ୍ଚା ଜୋର ଧରିଛି।

ବିଜେଡି ବିଧାୟକ ରାଜକିଶୋର ଦାସଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଲେ ଯେ ପଦ୍ମପୁରକୁ ଅଲଗା ଜିଲ୍ଲା କରିବା ବାବଦରେ କୌଣସି ଦାବି ସରକାରଙ୍କର ହସ୍ତଗତ ହୋଇନାହିଁ, ତେଣୁ ସେଭଳି କିଛି ପ୍ରସ୍ତାବ ସରକାରଙ୍କ ପାଖରେ ନାହିଁ।

ମନ୍ତ୍ରୀଙ୍କ ଏପରି ଉତ୍ତର ମୁଖ୍ୟମନ୍ତ୍ରୀଙ୍କୁ ଅକଡରେ ପକାଇ ଦେଇଛି।

ବରଗଡ଼ରୁ ଅଲଗା କରି ପଦ୍ମପୁରକୁ ସ୍ଵତନ୍ତ୍ର ଜିଲ୍ଲା କରାଯିବା ଦାବି ବହୁ ଦିନରୁ ହୋଇ ଆସୁଥିବା ବେଳେ ଏହା ଉପନିର୍ବାଚନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି।

ମାତ୍ର ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ ଏହା ଜାଣି ପାରିଲେ ନାହିଁ କିପରି ବୋଲି ପ୍ରଶ୍ନ ଉଠୁଛି।

Leave A Reply

Your email address will not be published.