ପଦ୍ମପୁରରୁ ବିଜେପି ପ୍ରାର୍ଥୀ ହେବେ ପ୍ରଦୀପ ପୁରୋହିତ

ଡିସେମ୍ବର ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପଦ୍ମପୁର ଉପନିର୍ବାଚନରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯିବା ନେଇ ଆଜି ସଂକେତ ଦେଇଛନ୍ତି ଦଳର ରାଜ୍ୟ ସଭାପତି ସମୀର ମହାନ୍ତି। ସେ କହିଛନ୍ତି ଯେ ଦଳର ଅନୁ୍ସୃତ ବ୍ଯବସ୍ଥା ଅନୁସାରେ ପ୍ରାର୍ଥୀ ଚୟନ ପାଇଁ ବରଗଡ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ନେଇ ଏକ ୩ ଜଣିଆ କମିଟି ଗଠନ କରିଯାଇଛି, ମାତ୍ର କାର୍ଯ୍ୟଦକ୍ଷତା ଓ ଲୋକପ୍ରିୟତା ଦୃଷ୍ଟିରୁ ଦଳର କୃଷକ ମୋର୍ଚ୍ଚା ସଭାପତି ଥିବା ଶ୍ରୀ ପୁରୋହିତଙ୍କୁ ହିଁ ଏଥିପାଇଁ ମନୋନୀତ କରାଯିବ ବୋଲି ଶ୍ରୀ ମହାନ୍ତି ପରୋକ୍ଷରେ ସଂକେତ ଦେଇଛନ୍ତି।

Leave A Reply

Your email address will not be published.