ପ୍ରଦୀପ ଜେନା ମୁଖ୍ଯସଚିବ, ଅନୁ ଗର୍ଗ ଉନ୍ନୟନ କମିଶନର

ମୁଖ୍ଯସଚିବ ପଦବୀରେ ସୁରେଶ ମହାପାତ୍ରଙ୍କ କାର୍ଯ୍ଯକାଳକୁ ତୃତୀୟ ଥର ପାଇଁ ବୃଦ୍ଧି କରାଯିବ କି ନାହିଁ ତାହାକୁ ନେଇ ଚଳିତ ମାସ ଆରମ୍ଭରୁ ରାଜନେତା ଓ ଅଧିକାରୀ ମହଲରେ ଉତ୍ସୁକତା ଲାଗିରହିଥିବା ବେଳେ ଗତକାଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ଏହାର ଆବସାନ ହୋଇଛି, ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ ମୁଖ୍ୟ ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତ କରାଯାଇଛି। ଶ୍ରୀ ଜେନା ଓ ଶ୍ରୀମତୀ ଗର୍ଗ ଆସନ୍ତା ମାର୍ଚ୍ଚ ୧ ତାରିଖରୁ ନିଜ ନିଜ ଦାୟିତ୍ୱ ଗ୍ରହଣ କରିବେ।

ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟ ସଚିବ ପଦରୁ ଫେବୃଆରୀ ୨୮ ତାରିଖରେ ଅବସର ନେବା ପରେ ଶ୍ରୀ ମହାପାତ୍ରଙ୍କୁ ଓଡିଶା ଇଲେକଟ୍ରିସିଟି ରେଗୁଲେଟୋରି କମିଶନର ଅଧ୍ଯକ୍ଷ ଭାବେ ଅବସ୍ଥାପିତ କରାଯାଇଛି।

Leave A Reply

Your email address will not be published.