ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ସୋମବାର ଅକ୍ଟୋବର ୩୧ ତାରିଖ ଇନ୍ଦିରା ଗାନ୍ଧୀଙ୍କ ବଳିଦାନ ଦିବସରୁ ଓଡିଶା ପ୍ରଦେଶ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଆରମ୍ଭରେ ହେଵ, ମାତ୍ର ଅଭିଯାନର ଶୁଭାରମ୍ଭରେ କୌଣସି କେନ୍ଦୀୟ ନେତା ଯୋଗଦେଇ ପାରିବେ ନାହିଁ ବୋଲି ଜଣାଯାଇଛି। ୧୦୦ ଦିନର ଏହି ଯାତ୍ରାରେ ରାଜ୍ୟର ୨୭ ଜିଲ୍ଲାର ୧୯ଟି ସଂସଦୀୟ ନିର୍ବାଚନ ମଣ୍ଡଳିର ୨୨୫୦ କିଲୋମିଟର ପଦଯାତ୍ରା କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୁଶାସନ ସମ୍ପର୍କରେ ଲୋକଙ୍କୁ ଜାଗରୁକ କରାଯିବ ବୋଲି ଯାତ୍ରାର ସଂଯୋଜକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି।