ସଂଜୀବ କୁମାର ପାଢୀ : ଆସୋସିଏସନ ଫର୍ ସୋସିଆଲ ଆକ୍ଟିଭିଟିଜ ଆନୁକୁଲ୍ୟରେ ୧/୦୭/୨୦୨୩ ଠାରୁ୦୭/୦୭/୨୦୨୩ ତାରିଖ ମଧ୍ୟରେ ଜିଲ୍ଳା ର ବିଭିନ୍ନ ବ୍ଲକଯଥା ବାଳିଶଙ୍କରା, କୁଆଁରମୁଣ୍ଡା, ଲାଠିକଟା ବିଶ୍ରା ଆଦି ବ୍ଲକ ଠାରେ ବନ ମହୋତ୍ସବ ଆୟୋଜିତ ହୋଇଥିବା ବେଳେ ଆଜି ଏହି ପରିପେକ୍ଷିରେ ସରକାରୀ ଉଚ୍ଚ ବିଦ୍ୟାଳୟ, ପୋଡାଜଳଙ୍ଗା ଠାରେ ଛାତ୍ରଛାତ୍ରୀ ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନେଇ ୭୪ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ , ସୁବାସିନି ରାଉତରାୟ ଛାତ୍ର ଛାତ୍ରୀଙ୍କୁ କହିଥିଲେ ଯେ ନିଜେ ନିଜ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗୁଡ଼ିକରେ ଗୋଟେ ଗୋଟେ ଗଛ ରୋପଣ କରିବା ସହିତ ପରିବେଶ ସୁରକ୍ଷା ପୂର୍ବକ ଜଳ ବାୟୁ ପରିବର୍ତ୍ତନ କରିବାରେ ସାହାଯ୍ୟର ହାତ ବଢେ଼ଇବାକୁ ଆଲୋଚନା କରିଥିବା ବେଳେ ଏକ ଶୋଭଯାତ୍ରାରେରେ ଗ୍ରାମ ବାସୀଙ୍କୁ ସଚେତନ କରି ବୃକ୍ଷ ବଞ୍ଚାଅ ନିଜେ ବଞ୍ଚ ବୋଲି କହିଥିଲେ।ଏହି କାର୍ଯ୍ୟକ୍ରମରେ ଆସା ଅନୁଷ୍ଠାନର ସଭ୍ୟ ସଭ୍ୟା ମହେନ୍ଦ୍ର ସ୍ୱାଇଁ, କିଶୋର ସାହୁ, ରଶ୍ମିତା ମାଝୀ, ଶୁଭମ୍ ଦାସ, ଋଷି କୁମ୍ଭାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ।