ବାଲେଶ୍ୱରର ସୁନାହାଟ ସହରାଞ୍ଚଳ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରରେ (ଅର୍ବାନ ପ୍ରାଇମେରି ହେଲଥ ସେଣ୍ଟର) ଥିବା କୋଭିଡ ଟୀକାଦାନ କେନ୍ଦ୍ରରେ ଆଜି ତଳ ପକାଇ ବନ୍ଦ କରି ଦେଇଛନ୍ତି ଅସନ୍ତୁଷ୍ଟ ଲୋକେ।
ଜିଲ୍ଲାର 30 ଟୀକାଦାନ କେନ୍ଦ୍ରରେ ଆଜି 4 ହଜାର 50ଜଣଙ୍କୁ ଟୀକା ଦେବାର କାର୍ଯ୍ୟକ୍ରମ ଥିଲା।
ଗତକଲି ସଂଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚାଇ ଦିଆଯାଇଥିଲା ଯେ ଟୀକା ନେବା ପାଇଁ ଅନଲାଇନ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯାଇଛି ।
ମାତ୍ର ଲୋକମାନେ ଏହି ସୂଚନା ସଠିକ ଭାବେ ବୁଝିପାରି ନଥିଲେ।
ଆଜି ସୁନାହାଟରେ ଟୀକା ନେବାପାଇଁ ଲୋକମାନେ ଧାଡି ଦେଇ ଛିଡା ହୋଇଥିଲେ, ଅନେକ ସମୟ ଅପେକ୍ଷା କରିବା ପରେ ସ୍ୱାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ କହିଥିଲେ ଯେ ଅନଲାଇନ ପଞ୍ଜିକରଣ କରିନଥିବା ଲୋକଙ୍କୁ ଟୀକା ଦିଆଯିବ ନାହିଁ ।
ଏଥିରେ ଉତ୍ତ୍ୟକ୍ତ ହୋଇ ଲୋକମାନେ ଟୀକାଦାନ କେନ୍ଦ୍ରକୁ ତାଲାପକାଇ ଦେଇଥିଲେ।