କ୍ଷତିଗ୍ରସ୍ତ ହୋଇଥିଵା ପୋଲକୁ ଶୀଘ୍ର ମରାମତି ପାଇଁ ଦାବୀ

ରଞ୍ଜିତ ରାଉତ : ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ରାଜଗାଙ୍ଗପୁର ରେଳବାଇ ଷ୍ଟେସନକୁ ଯିବାକୁ ଥିବା ଏକ ମାତ୍ର ପାଦ ଚଲା ପୋଲଟି କ୍ଷତିଗ୍ରସ୍ତ ହୋଇଛି। ମରାମତି ନାଁରେ ପୋଲର କିଛି ଅଂଶ ଭାଙ୍ଗି ଦିଆଯାଇଛି। ତେବେ ଏହା ଭିତରେ ଏକ ମାସ ବିତି ଯାଇଥିଲେ ବି ପୋଲର ମରାମତି କରା ନ ଯାଇ ଏହାକୁ ବନ୍ଦ କରି ଦିଆଯାଇଛି । ବିଭାଗୀୟ ଅଧିକାରୀ ଚେଇଁ ଶୋଇଛନ୍ତି। ଏଥି ସକାଶେ ପୋଲର ବିପରୀତ ଦିଗରେ ବସବାସ କରୁଥିବା ଅଧିବାସୀଗଣ ବିପଦଜନକ ଅବସ୍ଥାରେ ରେଳ ଲାଇନ ପାରିହୋଇ ନିଜ ବସ୍ତ୍ରକୁ ଯାଉଛନ୍ତି। ରେଳବାଇ ଷ୍ଟେସନ ସଂଲଗ୍ନ ପାଦଚଲା ପୋଲଟି ବନ୍ଦ ପଡିଥିବାରୁ ସ୍ଥାନୀୟ ଅଧିବାସୀ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତତ୍ ସହିତ ଏହି ପାଦଚଲା ପୋଲଟି ବନ୍ଦ ଥିବାରୁ ପୋଲ ଦେଇ ଯାଉଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଯାତ୍ରୀଙ୍କ ମଧ୍ୟ ଘୋର ଅସୁବିଧା ଭୋଗ କରୁଛନ୍ତି । ସ୍ଥାନୀୟ ବୁଦ୍ଧିଜୀବୀ ମହଲ ଏହି ପାଦଚଲା ପୋଲକୁ ଶୀଘ୍ର ମରାମତି କରି ଯାତାୟତର ସୁବିଧା କରିବା ସକାଶେ ଦାବି କରିଛନ୍ତି ।

Leave A Reply

Your email address will not be published.