ଝିଅର ନାମକରଣ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ

ସମ୍ବଲପୁର ନାକତିଦେଉଳ ବ୍ଲକର ଉପରମୁଣ୍ଡା ଗ୍ରାମର ସୌମ୍ଯରଞ୍ଜନ ରାଉଳ ରବିବାର ଦିନ ନିଜ ନବଜାତ କନ୍ୟାର ନାମକରଣ ଉତ୍ସବକୁ ଗାଁର ସବୁଲୋକ ଓ ପ୍ରିୟ ପରିଚିତମାନଙ୍କୁ ଆମନ୍ତ୍ରଣ କରିଥିଲେ। ସଂଯୋଗ ବଶତଃ ସେହି ସମୟରେ ପ୍ରଧାନମନ୍ତ୍ରୀଙ୍କ ୯୮ତମ ‘ମନ କି ବାତ୍’ ପ୍ରସାରଣ ହେବାର କାର୍ଯ୍ୟକ୍ରମ ଥିଲା। ଉତ୍ସବରେ ଯୋଗ ଦେବାକୁ ଆସିଥିବା ଲୋକମାନେ ଯେପରି ମୋଦିଙ୍କ ଏହି ରେଡ଼ିଓ କାର୍ଯ୍ୟକ୍ରମ ଶୁଣିବାରୁ ବଞ୍ଚିତ ନହେବେ, ସେଥିପାଇଁ ଶ୍ରୀ ରାଉଳ ନିଜଘରେ ପ୍ରୋଜେକ୍ଟର ଲଗାଇ କାର୍ଯ୍ୟକ୍ରମଟିକୁ ସମସ୍ତଙ୍କୁ ଶୁଣାଇଥିଲେ।

ଯୁଯୁମରା ବ୍ଲକରେ ପ୍ରାଥମିକ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ସୌମ୍ଯରଞ୍ଜନଙ୍କ ଏପରି ମୋଦିଭକ୍ତି ସ୍ଥାନୀୟ ବିଜେପି ନେତା ଓ କର୍ମୀମାନଙ୍କୁ ଆମୋଦିତ କରିଛି।

Leave A Reply

Your email address will not be published.