ବନ୍ଦର ନଗରୀର ଆଇଓସିଏଲ ଟାଉନସିପ ନିକଟରେ ହଳଦିଆ-ପାରାଦୀପ ତୈଳ ପାଇପଲାଇନ ଫାଟି ଅତ୍ୟନ୍ତ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଛି ।
ପାଇପରେ ଆସୁଥିବା ଅଶୋଧିତ ତୈଳ ପାଖରେ ଥିବା ଚାଷ ଜମିକୁ ବୋହି ଯାଉଥିବା ବେଳେ ଶୀଘ୍ର ମରାମତି କରା ନ ଗଲେ,
ଏହା ଜନବସତି ଅଞ୍ଚଳକୁ ମଧ୍ୟ ବିପଦଜନଙ୍କ ଭାବେ ପ୍ରଭାବିତ କରିବାର ଆଶଂକା ପ୍ରକାଶ ପାଇଛି । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି କାମ ଆରମ୍ଭ କରିଦେଇଛି ।
ଭାରତୀୟ ତୈଳ ନିଗମ (ଆଇଓସିଏଲ )ର ବୈଷୟିକ ଯନ୍ତ୍ରୀମାନେ ମଧ୍ୟ ଘଟଣାସ୍ଥଳରେ ରହି ପାଇପର କେଉଁଜାଗା ଫାଟିଛି ତାହା ଚିହ୍ନଟ କରିବା କାମରେ ଅଗ୍ନିଶମ ବାହିନୀକୁ ସହଯୋଗ କରୁଛନ୍ତି ।