ପଟିଆ ରେଳ ଷ୍ଟେସନ ପାଖରୁ ମିଳିଲା ଓଟିଭି କର୍ମଚାରୀଙ୍କ ମୃତଦେହ

ଓଡିଶା ଟେଲିଭିଜନ – ଓଟିଭିରେ କାମ କରୁଥିବା ରବିନାରାୟଣ ଦାଶଙ୍କ ମୃତଦେହ ଗତକାଲି ପଟିଆ ରେଳ ଷ୍ଟେସନ ପାଖରୁ ମିଳିଛି, ଏହାକୁ ନେଇ ସାମ୍ବାଦିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଶ୍ରୀ ଦାଶ ଓଟିଭି ପ୍ରଯୋଜନା ପ୍ରଭାଗରେ କାମ କରୁଥିଲେ, ଡ୍ଯୁଟି ସରିବା ପରେ ଗତକାଲି ସଂଧ୍ୟାରେ ସେ ଘରକୁ ନଫେରିବାରୁ, ପରିବାର ଲୋକେ ବ୍ଯସ୍ତହୋଇ ତାଙ୍କୁ ଖୋଜିଥିଲେ ଓ ଶେଷରେ ତାଙ୍କର ମୃତ ଶରୀରକୁ ପାଇଥିଲେ । ଖବର ପାଇ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

ଆଜି ସତ୍ୟ ନଗର ଶ୍ମଶାନରେ ଶ୍ରୀ ଦାଶଙ୍କ ଶବ ସଂସ୍କାର କରାଯାଇଛି।

Leave A Reply

Your email address will not be published.