ଭୁବନେଶ୍ୱର: ଭୁବନେଶ୍ୱରର ପଟିଆ ରେଳ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନ ଆଗରେ ଡେଇଁ ସ୍ଥାନୀୟ ଚ୍ୟାନେଲର ଭିଡିଓ ଏଡିଟର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତକଙ୍କ ନାମ ପାର୍ଥ ନାରାୟଣ ଦାସ, ସେ ପୁରୀ ଜିଲ୍ଲାର ବ୍ରହ୍ମଗିରି ପୋଲିସ ସୀମା ଅନ୍ତର୍ଗତ ଲମ୍ବିତଲ ଗାଁର ବୋଲି ଜଣାପଡିଛି। ସେ OTV ର ଇଂରାଜୀ ପୋର୍ଟାଲ ସହିତ ଜଡିତ ଥିଲେ ଏବଂ KIIT ଛକ ନିକଟ ପ୍ରଶାନ୍ତ ବିହାରରେ ଏକ ଭଡା ଘରେ ରହୁଥିଲେ ।