ଷ୍ଟାଫ ସିଲେକସନ ପରୀକ୍ଷା ପ୍ରଶ୍ନପତ୍ରକୁ ନେଇ ତାତିଲେ ପରୀକ୍ଷାର୍ଥୀ

ଆକାଉଣ୍ଟାଣ୍ଟ ପଦବୀ ପାଇଁ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ପକ୍ଷରୁ ଓଡିଆରେ ଯେଉଁ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯାଇଥିଲା, ସେଥିରେ ଗୁରୁତର ମୁଦ୍ରଣଜନିତ ତ୍ରୁଟି ଥିବରୁ ପରୀକ୍ଷାର୍ଥୀମାନେ ପ୍ରଶ୍ନକୁ ଠିକ ଭାବେ ବୁଝିବା ସମ୍ଭବପର ହୋଇନଥିଲା, ତେଣୁ ଉତ୍ତର ଲେଖିବାରେ ସମସ୍ଯା ହୋଇଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀମାନେ। ଚଳିତ ବର୍ଷ ଓଡ଼ିଆରେ ପ୍ରଶ୍ନ ପ୍ରସ୍ତୁତ ହେଉଥିବାରୁ ଏହା ସେମାନଙ୍କ ପାଇଁ ଅଧିକ ସୁବିଧାଜନକ ହେବ ବୋଲି ପରୀକ୍ଷାର୍ଥୀମାନେ ଆଶା କରିଥିଲେ, ମାତ୍ର ମୁଦ୍ରଣ ତ୍ରୁଟିପୂର୍ଣ୍ଣ ହୋଇଥିବାରୁ ସେମାନେ ପ୍ରଶ୍ନ କ’ଣ – ତାହା ବୁଝି ପାରିନଥିଲେ ! ପ୍ରଶ୍ନପତ୍ରକୁ ସଠିକ ଭାବେ ଯାଞ୍ଚ ହୋଇନଥିବା ଅଭିଯୋଗ ହୋଇଛି, ପୁଣିଥରେ ପରୀକ୍ଷା କରାଯିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ।

ଏହାକୁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ବୋଲି କହି ସମାଲୋଚନା କରିଛି ବିଜେପି।

Leave A Reply

Your email address will not be published.