ଏକପାଖିଆ ପ୍ରେମ : ନାବାଳିକାର ତଣ୍ଟି କାଟିଦେଲା ପ୍ରେମପାଗଳ ଯୁବକ

ଅନୁଗୋଳରେ ଘଟିଛି ଏକ ଅଭାବିତ ଘଟଣା, ଏକପାଖିଆ ଭାବେ ‘ଖୁସି’ ନାମ୍ନୀ ଗୋଟିଏ ୧୨ ବର୍ଷ ବୟସ୍କା ନାବାଳିକାକୁ ଭଲପାଉଥିବା ଜଣେ ପ୍ରେମପାଗଳ ଯୁବକ ଆଜି ତାର ତଣ୍ଟି କାଟି ହତ୍ୟା କରିଦେଇଛି।

ପ୍ରାପ୍ତ ସୂଚନାରୁ ଜଣାଯାଇଛି ଯେ ତାଳଚେର ଦନରା ଗ୍ରାମର
ଭାଗୀରଥି ସାହୁ ନିଜ ସ୍ତ୍ରୀ ଓ ଝିଅ ସହିତ ଅନୁଗୋଳ ଉପକଣ୍ଠ କୁଇଓ ଗ୍ରାମରେ ରହନ୍ତି, ଆଜି ସକାଳେ ସମ୍ପୃକ୍ତ ଯୁବକ ସେମାନଙ୍କ ଘର ଭିତରକୁ ପଶିଆସି, ଖୁସିର ମା’କୁ ଠେଲି ତଳେ ପକାଇଦେଇ ଅତର୍କିତ ଭାବେ ଏକ ଧାରୁଆ ଅସ୍ତ୍ରରେ ଖୁସିର ଗଳାକାଟି ଫେରାର ହୋଇଯାଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଖୁସିକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା, ମାତ୍ର ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.