ଆଜି ତ୍ରିଶୁଳିଆଠାରେ ଓମଫେଡ କର୍ମଚାରୀ ସଂଘ ପକ୍ଷରୁ କର୍ମଚାରୀମାନଙ୍କର ଦୀର୍ଘଦିନର ନ୍ଯାୟସଙ୍ଗତ ଦାବି ପୁରଣ ପାଇଁ ପ୍ରତୀକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
କଟକ ତ୍ରିଶୁଳିଆ ଠାରେ ଥିବା ଓମଫେଡ ପ୍ଲାଣ୍ଟ ପରିସରରେ କର୍ମଚାରୀମାନେ ମଧ୍ଯାହ୍ନ-ଭୋଜନ ବିରତି ସମୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ଫେଡେରସନର ସମସ୍ତ ପ୍ଲାଣ୍ଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ଏହା ୩ ଦିନ ପାଇଁ କରାଯିବ, ଯଦି କର୍ତ୍ତୃପକ୍ଷ କୌଣସି ପଦକ୍ଷେପନିଅନ୍ତି, ତେବେ ଆସନ୍ତା ୨୯ ତାରିଖରୁ ଭୁବନେଶ୍ୱରସ୍ଥିତ ଓମଫେଡର ମୁଖ୍ୟ କାର୍ଯାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳଯାଏ ଧାରଣା ଦିଆଯିବ ବୋଲି କର୍ମଚାରୀ ସଂଘ ପକ୍ଷରୁ କୁହାଯାଇଛି।
ଆଜିର ଏହି ବିକ୍ଷୋଭ ପ୍ରଦର୍ଶନରେ ଇପିଏଫ୍ ପେନସନଭୋଗୀ କର୍ପୋରେସନ କର୍ମଚାରୀ ସଂଘ ତଥା ଓଡ଼ିଶା ନିଗମ କର୍ମଚାରୀ ମହାସଂଘର କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ ବୋଲି ମହାସଂଘର ଉପଦେଷ୍ଟା ମୁକ୍ତିକାନ୍ତ ମହାପାତ୍ର ଜଣାଇଛନ୍ତି ।