ଡିସେମ୍ବରରୁ ଆରମ୍ଭ ହେବ ଓଡ଼ିଆ ବିଶ୍ଵବିଦ୍ୟାଳୟ

ବହୁ ପ୍ରତୀକ୍ଷିତ ଓଡ଼ିଆ ବିଶ୍ଵବିଦ୍ୟାଳୟ ଆସନ୍ତା ଡିସେମ୍ବର ମାସରୁ ଆରମ୍ଭ ହେବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ପୂର୍ତ୍ତ ବିଭାଗ ସହିତ ସମସ୍ତ ପ୍ରକାର ଆଲୋଚନା ଶେଷ ହୋଇଛି, ଜୁନ ଶେଷ ସୁଦ୍ଧା ବିଶ୍ଵବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପୂର୍ତ୍ତ ବିଭାଗ କହିଛି, ପରେ ପରେ ଅଧ୍ଯାପକ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ, ଏଥିପାଇଁ ଅର୍ଥ ବିଭାଗର ମଞ୍ଜୁରି ନିଆଯିବ। ସତ୍ଯବାଦିର ଐତିହାସିକ ବକୁଳ ବନରେ ପ୍ରତିଷ୍ଠିତ ହେବାକୁ ଥିବା ଏହି ବିଶ୍ଵବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ଉପରେ ଗବେଷଣାତ୍ମକ ଶିକ୍ଷା ଦିଆଯିବା ସହିତ ଆଦିବାସୀ ଭାଷା ଓ ସଂସ୍କୃତିର ସଂରକ୍ଷଣ ବିଷୟରେ ମଧ୍ୟ ଶିକ୍ଷା ଦିଆଯିବ।

Leave A Reply

Your email address will not be published.