ବାଲେଶ୍ୱର ଜିଲ୍ଲା ଖଇରା ହାଇସ୍କୁଲରେ ଗତକାଲି ଏକ ଅଭୂତପୂର୍ବ ଦୃଶ୍ୟ ଦେଖିବାକୁ ମିଳିଛି। ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀ ମଣ୍ଡଳର ପର୍ଯ୍ୟଟନ ମନ୍ତ୍ରୀ ଅଚାନକ ଏହି ସ୍କୁଲ ପରିଦର୍ଶନରେ ଆସି, ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ଓ ଅପରିଛନ୍ନ ଅବସ୍ଥାରେ ଥିବା ପାଇଖାନାକୁ ଦେଖି ବିରକ୍ତି ପ୍ରକାଶ କରିଥିଲେ ଓ ନିଜେ ଏକ ଝାଡୁ ଧରି ସ୍କୁଲ୍ ପାଇଖାନା ଓ ବେସିନ ସଫା କରିଥିଲେ । ମନ୍ତ୍ରୀ କହିଲେ ଯେ ଛାତ୍ର ଛାତ୍ରୀମାନେ ହେଉଛନ୍ତି ଆମ ରାଜ୍ୟର ଅସଲି ସମ୍ପଦ, ସେମାନଙ୍କୁ ଉପଯୁକ୍ତ ଶିକ୍ଷାଦାନ ସହିତ ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଦରକାର । ଶିକ୍ଷକ ଓ ସ୍କୁଲ କର୍ମଚାରୀମାନଙ୍କୁ ସ୍କୁଲ ପ୍ରରିବେଶ ପ୍ରତି ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ ।