ବହୁଦିନର କଳ୍ପନାଜଳ୍ପନାରେ ଅବସାନ ଘଟିବାକୁ ଯାଉଛି, ନିଜ ମନ୍ତ୍ରୀମଣ୍ଡଳର ପୁନର୍ବିନ୍ୟାସ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବାପାଇଁ କୁହାଯାଇଛି ଓ ଆଜି ଅପରାହ୍ନ ସୁଦ୍ଧା ସମସ୍ତଙ୍କ ଇସ୍ତଫାପତ୍ର ଥାର୍ଡ ଫ୍ଲୋରରେ ପହଞ୍ଚିଯିଵ ବୋଲି ଅନୁମାନ କରାଯାଉଛି । ପୁନର୍ଗଠିତ ମନ୍ତ୍ରୀମଣ୍ଡଳରେ କିଏ ରହିବେ, ନୂଆମନ୍ତ୍ରୀ ଭାବେ କିଏ ଯୋଡାହେବେ ଓ କାହାକୁ ବିଦା କରାଯିବ ସେହି ଅଙ୍କ ମଧ୍ୟ କଷା ହୋଇସାରିଛି । ଆସନ୍ତାକାଲି ସକାଳେ ହୁଏତ ପୁନର୍ଗଠିତ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିପାରନ୍ତି।
ତ୍ରିସ୍ତରୀୟ ପଞ୍ଚାୟତ ଓ ନଗର ନିର୍ବାଚନ ଏବଂ ବ୍ରଜରାଜନଗର ଉପନିର୍ବାଚନ ପରେ ଏବେ ମନ୍ତ୍ରୀମଣ୍ଡଳ ପୁନର୍ଗଠନ କରି ନବୀନ ପଟ୍ଟନାୟକ ୨୦୨୪ ସାଧାରଣ ନିର୍ବାଚନରେ ନିଜକୁ ଅବିକଳ୍ପନୀୟ ଓ ଅପରାଜେୟ ଭାବରେ ସାଦର କରିବା ଯୋଜନାରେ ଅଛନ୍ତି ବୋଲି କୁହାଯାଉଛି ।