ଅଧିକ ଦରମା ଓ ଭତ୍ତା ପାଇଁ ରାଜ୍ୟର ବିଧାୟକମାନଙ୍କ ଦାବିକୁ ଯଥାର୍ଥ ବୋଲି ଦର୍ଶାଇ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ସୁପାରିଶ କରିଛି ଦରମା ବୃଦ୍ଧି କମିଟି । ଅନ୍ୟରାଜ୍ୟ ତୁଳନାରେ ଓଡ଼ିଶାର ବିଧାୟକମାନେ କମ ଦରମା ପାଉଥିବାରୁ ଏହାକୁ ବୃଦ୍ଧି କରାଯିବାକୁ ବିଧାୟକମାନେ ଦାବି କରିଥିଲେ । ଏହାକୁ ଦୃଷ୍ଟିରେ ରଖି ବାଚସ୍ପତି ଶ୍ରୀ ଆରୁଖ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ଯକ୍ଷତାରେ ଏକ କମିଟି ଗଠନ କରିଥିଲେ । ବିଧାୟକଙ୍କ ଦରମା, ଗସ୍ତ ଖର୍ଚ୍ଚ ଓ ପେନସନ ବୃଦ୍ଧି ସହିତ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପାଇଁ କମିଟି ତରଫରୁ ସୁପାରିଶ କରାଯାଇଛି। ବିଧାୟକଙ୍କ ଦରମା ଓ ଭତ୍ତାକୁ ୯୯ ହଜାର ୮୦୦ ଟଙ୍କାରୁ ବଢାଇ ୩ ଲକ୍ଷ ଟଙ୍କା କରିବାକୁ କମିଟି ସୁପାରିଶ କରିଛନ୍ତି, ବାଚସ୍ପତି କମିଟିର ଏହି ସୁପାରିଶକୁ ସଂସଦୀୟ ବ୍ଯାପାର ବିଭାଗକୁ ପଠାଇ ଦେଇଛନ୍ତି।