ଆଠଗଡ଼ (ରାଜୁ ସ୍ଵାଇଁ) : କଟକ ଜିଲ୍ଲା ମୁଣ୍ଡଳି ଟୋଲ ଗେଟରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ ସରକାରଙ୍କ ତତ୍ପରତା । ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ହେଲା ଟୋଲଗେଟ୍ । ସେପଟେ ସ୍ୱତନ୍ତ୍ର ବସରେ ପର୍ଯ୍ୟଟକଙ୍କୁ ଛତିଶଗଡ ପଠାଯିବାକୁ ବ୍ୟବସ୍ଥା କରାଯାଉଥିବା ମିଳିଛି ସୂଚନା । ଏପଟେ ପ୍ରଶାସନ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ତୀର୍ଥଯାତ୍ରୀଙ୍କୁ ରହିବା ବ୍ୟବସ୍ଥା କରାଯିବା ସହ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଯାଇଛି । ତେବେ ପରବର୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଟୋଲ ଗେଟ ବନ୍ଦ କରିଛି ଆଠଗଡ଼ ପ୍ରଶାସନ । ଓଡ଼ିଶା ବ୍ରିଜ ଏବଂ ନିର୍ମାଣ ନିଗମ ସହ ବୈଠକ ପରେ ଟୋଲ ଗେଟ ଖୋଲାଯିବ ନେଇ ନିଆଯିବ ନିଷ୍ପତି । ଏନେଇ ସୂଚନା ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ।
ସୂଚନା ଅନୁସାରେ ଟୋଲ ଆଦାୟକୁ ନେଇ ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକ ମାନଙ୍କୁ ମାଡ ମାରି ଲହୁ ଲୁହାଣ କରିଥିଲେ ଟୋଲ ଗେଟ୍ କର୍ମଚାରୀ। ଏଥିରେ ଦୁଇ ଜଣ ମହିଳାଙ୍କ ସମେତ ୧୦ ଜଣ ଆହତ ହୋଇଛନ୍ତି ।