ଓଡିଶା ପ୍ରସିଦ୍ଧ କିଶୋର ଭାଇ ହୋଟେଲ୍କୁ BMC(ଭୁବନେଶ୍ୱର ମହାନଗର ନିଗମ) ସିଲ୍ କରିଛି କି ନାହିଁ? କାରଣ ଗତକାଲି ବିଏମ୍ସି ପକ୍ଷରୁ କୁହାଯାଇଥିଲା।
ହୋଟେଲରେ ଖାଦ୍ୟର ମାନ ଓ ସ୍ୱଚ୍ଛତା ଠିକ୍ ନଥିବାରୁ ଏହାକୁ ସିଲ୍ କରାଯାଇଥିଲା।
ଯାହାଫଳରେ କିଶୋର ଭାଇନା ହୋଟେଲ୍ର ଫୁଡ୍ ଲାଇସେନ୍ସ ବାତିଲ୍ କରାଯାଇଥିବା ନେଇ BMC ସୂଚନା ଦେଇଥିଲା।
ତେବେ ଆଜି ପୁଣି ସବୁଦିନ ଭଳି ଖୋଲା ଯାଇଛି ହୋଟେଲ୍ରେ ଖାଦ୍ୟ ପ୍ରସ୍ତୁତି ହୋଇଛି। ହୋଟେଲ୍ରେ ମଟନ ରନ୍ଧା ଚାଲିଛି।
ଏଠାରେ ପ୍ରଶ୍ନ ଉଠୁଛି ପ୍ରକୃତରେ କ’ଣ କିଶୋର ହୋଟେଲ୍କୁ ସିଲ୍ କରାଯାଇଥିଲା ନା ନାହିଁ ? ଯଦି BMC ଏହାକୁ ସିଲ୍ କରିଥିଲା ତା’ହେଲେ କେଉଁ ପରିସ୍ଥିତି ଆଜି ପୁଣି ରୋଷେଇ ପ୍ରସ୍ତୁତି ଚାଲିଛି ।
ଏହାର ପ୍ରକୃତ ସତ୍ୟତା କ’ଣ,ଲୋକ ଜାଣିବାକୁ ଚାହୁଁଛନ୍ତି ଅନ୍ୟପକ୍ଷେ, ହୋଟେଲ୍ ସିଲ୍ ନେଇ ଏହାର ମାଲିକ କହିଛନ୍ତି ଯେ, ‘ହୋଟେଲ୍ର ଫୁଡ୍ ଲାଇସେନ୍ସ ରିନ୍ୟୁ ହେବା ପାଇଁ ସାର କାଲି ଇନକ୍ୱାରି ରେ ଆସିଥିଲେ। ହୋଟେଲ୍ର ଫୁଡ୍ ଲାଇସେନ୍ସ ଅଛି।
ହୋଟେଲ କୁ ପରିସ୍କାର ରଖିବା ପାଇଁ ତାଗିଦ କରିଥିଲେ କି କୌଣସି ଖାଇବା ନିମ୍ନମାନର ନୁହେଁ।
ଖାଇବା ନିମ୍ନମାନର ତିଆରି ହେଉଥିଲେ ଲୋକେ ଏଠାରେ କେମିତି ଭିଡ଼ କରୁଛନ୍ତି ? ମୋଠୁ କୌଣସି ଶୁଳ୍କ ମଧ୍ୟ ଆଦାୟ ହୋଇନାହିଁ।’