କେନ୍ଦୁଝର: ଆସିଲା ଡାକ୍ତର ଶୁଭଶ୍ରୀ କରଙ୍କ ଭିସେରା ରିପୋର୍ଟ। କେନ୍ଦୁଝର ଯୋଡ଼ା ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଶୁଭଶ୍ରୀ କରଙ୍କ ସନ୍ଦେହଜନକ ମୃତ୍ୟୁର ଆଜି ଭିସେରା ରିପୋର୍ଟ ଆସିଛି।
ଭିସେରା ରିପୋର୍ଟରେ ମଦ, ନିଶା ଔଷଧ ନମୁନା ମିଳିଥିବା ସୂଚନା ରହିଛି। ଏହି ରିପୋର୍ଟ ଆଧାରରେ ଶୁଭଶ୍ରୀଙ୍କ ବାପା ଯୋଡ଼ା ଥାନାରେ ତିନି ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ସେ ଏତଳାରେ ଶୁଭଶ୍ରୀଙ୍କ ପୁରୁଷ ବନ୍ଧୁ ଦିବ୍ୟରଞ୍ଜନ ମାଝୀଙ୍କ ସହ ଦୁଇ ସହଯୋଗୀ ଡାକ୍ତରଙ୍କ ନାଁ ଦେଇଛନ୍ତି। ଝିଅକୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ଶୁଭଶ୍ରୀଙ୍କ ବାପା ଅଭିଯୋଗ ଆଣିଛନ୍ତି।
ଅନ୍ୟପଟେ ମାମଲାକୁ ରଦ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଶୁଭଶ୍ରୀଙ୍କ ପୁରୁଷବନ୍ଧୁ ଦିବ୍ୟରଞ୍ଜନ।
ପ୍ରକାଶ ଯେ ଡିସେମ୍ବର ୩୧ ତାରିଖରେ ଶୁଭଶ୍ରୀ ନିଜ ସହକର୍ମୀଙ୍କ ସହ ଜିରୋ ନାଇଟ୍ ସେଲିବ୍ରେସନ କରିଥିଲେ। ପରେ ନୂଆବର୍ଷ ଦିନ ଭଡ଼ା ଘରୁ ତାଙ୍କ ମୃତଦେହ ମିଳିଥିଲା।