ରାଜ୍ୟର କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଆଜି ୧୧୧ କୋଟି ଟଙ୍କାର ଦ୍ବିତୀୟ କିସ୍ତି ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୂର୍ବରୁ ୮୩ କୋଟି ଟଙ୍କାର ପ୍ରଥମ କିସ୍ତି ସହାୟତା ହିତାଧିକାରୀଙ୍କ ବ୍ଯାଙ୍କଖାତାରେ ଜମା କରାଯାଇଛି। ୨୦୨୨ ଫସଲ ବର୍ଷରେ ସେମାନେ ମୋଟ ୧୯୪ କୋଟି ଟଙ୍କା ସହାୟତା ଆକାରରେ ପାଇବେ। ଏହା ଫଳରେ ରାଜ୍ୟର ୭ଲକ୍ଷ ୭୫ହଜାର କେନ୍ଦୁପତ୍ର ତୋଳାଳୀ ଓ ୪୦ ହଜାର ବିଡି ବଳାଳୀ ଉପକୃତ ହେବେ।