ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆସନ୍ତା ମାସ 2 ତାରିଖରୁ ଆରମ୍ଭ ହେଉଛି । ସୁଚାରୁ ରୂପେ ସବୁ କାର୍ଯ୍ୟ ଚାଲିବ ପାଇଁ ଆଜି ବାଚସ୍ପତି ଆଗାମୀ 29 ତାରିଖରୁ ସର୍ବଦଳୀୟ ବୈଠକ ଡ଼କାଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବିଷୟ ଉପରେ ମଧ୍ୟ ଏହି ସର୍ବଦଳୀୟ ବୈଠକରେ ଆଲୋଚନା ହେବ ବୋଲି ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି ।