ରାଗିଙ୍ଗର ଶୀକାର ହୋଇ ଅସହ୍ୟ ଅପମାନରେ ଆତ୍ମହତ୍ୟା କରିଥିବା ବିଜେପି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଅକାଳ ମୃତ୍ୟୁ ପାଇଁ ଦାୟୀ 3 ବରିଷ୍ଠ ଛାତ୍ରୀଙ୍କ ଗିରଫ ଦାବିରେ ଆଜି 12 ଘଣ୍ଟିଆ ଓଡିଶା ବନ୍ଦ ପାଳିତ ହୋଇଛି । ବନ୍ଦ ପାଳନ ପାଇଁ ଆହ୍ୱାନ ଦେଇଥିବା ନବନିର୍ମାଣ କୃଷକ ଓଯୁବଛାତ୍ର ସଂଗଠନ ପକ୍ଷରୁ କୁହାଯାଇଛି ଯେ ସରକାର ଓ ଶିକ୍ଷାନୁଷ୍ଠାନ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ଯେପରି ଖାମ ଖିଆଲୀ ମନଭାବ ପ୍ରଦର୍ଶନ କରିଛନ୍ତି , ତାହାକୁ ସହ୍ୟ କରାଯିବ ନାହିଁ ! ବ୍ୟବସ୍ଥାରେ ଥିବା ତ୍ରୁଟି ବିଚ୍ୟୁତି ଓ ରାଗିଙ୍ଗ ସମସ୍ୟାର ସମାଧାନ ପାଇଁ ବନ୍ଦ ଆହ୍ୱାନ ଦିଆଯାଇଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ରୁଚିକା ମହାନ୍ତିଙ୍କୁ ନ୍ୟାୟ ନ ମିଳିଲେ ସାରା ରାଜ୍ୟରେ ନିଆଁ ଜଳିବ ବୋଲି ସରକାରଙ୍କୁ ସତର୍କ କରାଇ ଦେଇଛନ୍ତି ସଂଗଠନ ମାନେ । ରାଜ୍ୟ କଂଗ୍ରେସ ଓଡିଶା ବନ୍ଦକୁ ସମର୍ଥନ କରିଛି ।