ଜାଲ ଆଡମିଟ କାର୍ଡ ଦେଇ ୩ ନର୍ସିଂ ଛାତ୍ରୀଙ୍କୁ ଠକିଥିବା ଅଭିଯୋଗରେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦାର ସାଇ ଶ୍ରଦ୍ଧା ନର୍ସିଂ କଲେଜ ଅଧ୍ୟକ୍ଷ କୈଳାସ ଚନ୍ଦ୍ର ଜେନାଙ୍କୁ ଗତକାଲି ପୋଲିସ ଗିରଫ କରିଛି।
ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ନର୍ସିଂ କଲେଜର ୩ ଛାତ୍ରୀ ଦେବଗଡର ପ୍ରିୟଙ୍କା ନାୟକ,ସୁମତୀ ମେହେର ଓ ଅଞ୍ଜଳି ପ୍ରଧାନ ପ୍ରଥମ ବାର୍ଷିକ ପରୀକ୍ଷା ଦେବାକୁ ଯାଇଥିବା ବେଳେ, ସେମାନଙ୍କ ଆଡମିଟ କାର୍ଡ ଜାଲ୍ ହୋଇଥିବା କାରଣରୁ ପରୀକ୍ଷା ଦେଇ ପାରିନଥିଲେ। ଏ ବିଷୟ ପ୍ରିନ୍ସିପାଲଙ୍କୁ ଜଣାଇ ଅଭିଯୋଗ କରିବା ବେଳେ ଶ୍ରୀ ଜେନା ଗାଳିଦେଇ ଅଫିସରୁ ତଡି ଦେଇଥିଲେ। ଏହାପରେ ଛାତ୍ରୀ ୩ ଜଣ ଥାନାରେ ଏତାଲା ଦେଇଥିଲେ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଥିଲେ।
