ତେଲୁଗୁ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ତଥା ତେଲୁଗୁ ଦେଶମ ପାର୍ଟିର ପ୍ରତିଷ୍ଠାତା ଏନ ଟି ରାମାରାଓଙ୍କ ସାନଝିଅ ଅଭିନେତ୍ରୀ ଉମା ମାହେଶ୍ଵରୀଙ୍କ ମୃତଦେହକୁ ତାଙ୍କ ହାଇଦ୍ରାବାଦ ଜୁବୁଲି ହିଲସ୍ଥିତ ବାସଭବନ ସିଲିଙ୍ଗ ଫ୍ଯାନରୁ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୋଲିସ ।
ଜଟିଳ ଶାରୀରିକ ଅସୁସ୍ଥତା ହେତୁ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।
ଏନଟିଆରଙ୍କ ୪ ଝିଅଙ୍କ ମଧ୍ୟରେ ସବାସାନ ଥିଲେ ସେ।
ମଧ୍ଯାହ୍ନ ଭୋଜନ ଖାଇସାରି ନିଜ କୋଠରୀକୁ ଆସି ସେ ଏପରି କରିଥିବା କୁହାଯାଉଛି, ସେତେବେଳେ ଘରେ ତାଙ୍କ ଝିଅ ଦୀକ୍ଷିତା ଓ ଅନ୍ୟ ୩ ଜଣ ଉପସ୍ଥିତ ଥିଲେ।
ଏନଟିଆରଙ୍କ ୪ ଝିଅ ଓ ୧୩ ପୁଅଙ୍କ ମଧ୍ୟରୁ ୩ ଜଣଙ୍କର ପୂର୍ବରୁ ପରଲୋକ ହୋଇଯାଇଛି ।
ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ଉମା ମାହେଶ୍ଵରୀଙ୍କ ଶେଷ ଦର୍ଶନ କରିଛନ୍ତି ।