କ୍ରମବର୍ଦ୍ଧିଷ୍ଣୁ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ ସ୍ଵଧୀନତା ଦିବସ ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି, ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ସ୍ଵାଧୀନତା ଦିବସ ଅଥବା ଅନ୍ୟ କୌଣସି ସ୍ଥାନରେ ପ୍ଯାରେଡ ହେବନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱରରେ ଖାରବେଳ ନଗରସ୍ଥିତ ପ୍ରଦର୍ଶନୀ ପଡିଆରେ ସ୍ଵାଧୀନତା ଦିବସ ସମାରୋହ ଅନୁଷ୍ଠିତ ହେବ।