ବିଜେବି କଲେଜ କ୍ଯାମ୍ପସରେ ଅଣଛାତ୍ରଙ୍କ ଉତ୍ପାତ ଏକ ନିତିଦିନିଆ ଘଟଣା ହୋଇପଡିଛି, ନିକଟରେ ୩ ଜଣ ଛାତ୍ରଙ୍କୁ କଲେଜର କ୍ରିକେଟ ପଡିଆରେ ୨ଜଣ ଅଣଛାତ୍ର ଛୁରାମାଡ଼ କରିଥିଲେ। ଏହି ଘଟଣା ପରେ କଲେଜ କର୍ତ୍ତୃପକ୍ଷ କଠୋର ମନୋଭାବ ପୋଷଣ କରିଛନ୍ତି। ଗତକାଲି କ୍ୟାମ୍ପସରେ ଅଣଛାତ୍ରଙ୍କ ପ୍ରବେଶକୁ ନିଷେଧ କରିବା ପାଇଁ କଲେଜ ଅଧ୍ୟକ୍ଷଙ୍କ ଆବାହକତ୍ଵରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି, ଏଥିରେ ସ୍ଥାନୀୟ ପୋଲିସ ଅଧିକାରୀ ମଧ୍ୟ ଯୋଗ ଦେଇଥିଲେ। କଲେଜ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସାମିଲ ହୋଇଥିଲା ପୋଲିସ । ବୈଠକ ପରେ କ୍ୟାମ୍ପସ ଭିତରେ ଅଣଛାତ୍ରଙ୍କ ପ୍ରବେଶ ଉପରେ ଅଙ୍କୁଶ ଲଗାଇ କଲେଜ କର୍ତ୍ତୃପକ୍ଷ ପୋଷ୍ଟର ମାରିଛନ୍ତି।