ନୂତନ ଭାବେ ନିର୍ମାଣ କରାଯାଇଥିବା ସୁନ୍ଦରଗଡ ସରକାରୀ ମେଡିକାଲ କଲେଜକୁ ନେସନାଲ ମେଡ଼ିକାଲ କାଉନସିଲ ସ୍ୱୀକୃତି ପ୍ରଦାନ କରିଛନ୍ତି, 2022-23 ଶିକ୍ଷା ବର୍ଷରେ 100 ଏମବିବିଏସ ଛାତ୍ରଛାତ୍ରୀଙ୍କ ନାମଲେଖା ନିମନ୍ତେ ଏନଏମସି ଅନୁମତି ଦେଇଛି ।
ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ସ୍ଥାପନ କରାଯାଇଥିବା ଏହି ମେଡିକାଲ କଲେଜରେ ଚଳିତ ଶିକ୍ଷାବର୍ଷରୁ ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନାମଲେଖା ଆରମ୍ଭ କରାଯାଇପାରିବ ବୋଲି ଉଲ୍ଲେଖ କରି ଜିଲ୍ଲାପାଳ ପରାଗ ଗାଭାଲି କହିଛନ୍ତି ଯେ ଏହା ଫଳରେ ଜିଲ୍ଲାର ସ୍ଵାସ୍ଥ୍ୟ ସେବା କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହେବ ।
ମେଡିକାଲ କଲେଜର ଡିନ ଦୈତାରୀ ରାଉତରାୟ କହିଛନ୍ତି ଯେ କଲେଜର ପ୍ରଥମ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ପଦକ୍ଷେପ ନିଆଯାଉଛି , କଲେଜର ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି , ମେଡିକାଲ କଲେଜ ପକ୍ଷରୁ ରୋଗୀସେବା କାର୍ଯ୍ୟ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରାଯିବ ବୋଲି ସେ କହିଛନ୍ତି ।