ଜାତୀୟତାବୋଧର ଦୋହାଦେଇ ଇତିହାସକୁ ବଦଳାଇ ନୂଆରୂପ ଦେବାକୁ କେନ୍ଦ୍ରର ବିଜେପି ସରକାରର ଉଦ୍ୟମକୁ କଠୋର ସମାଲୋଚନା କରିଛି ସହଯୋଗୀ ନୀତିଶ କୁମାରଙ୍କ ଜେଡିୟୁ ଦଳ !
ଦଳର ରାଷ୍ଟ୍ରୀୟ ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ କେ ସି ତ୍ୟାଗୀ କହିଛନ୍ତି – ଯୋ ଘଟନାଏଁ ଘଟ୍ ଗୟୀ, ଆଚ୍ଛୀ ୟା ବୁରି – ରିଭର୍ସ ନେହିଁ କି ଯା ଶକତି !
ଇଣ୍ଡିଆନ ଏକସପ୍ରେସ ଖବରକାଗଜରେ ପ୍ରକାଶିତ ‘From Emergency to Gujarat riots, lessons of past deleted from textbooks of future’ ଉପରେ ମନ୍ତବ୍ୟ ରଖି ଶ୍ରୀ ତ୍ଯାଗୀ କହିଛନ୍ତି ଯେ ଇତିହାସ ହେଉଛି ଇତିହାସ, ଏହାକୁ ଓଲଟାଇ ଦିଆଯାଇ ପାରିବ ନାହିଁ କିମ୍ବା ପୁନର୍ଲିଖନ କରିହେବ ନାହିଁ !
ଏନସିଇଆରଟି ପାଠ୍ଯକ୍ରମରେ ଅଧ୍ଯାୟ ଗୁଡିକୁ ବଦଳ କରାଯାଇଥିବା ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ଘଟଣାଗୁଡିକ ଯେପରି ଭାବେ ଘଟିଥିଲା, ଭବିଷ୍ୟତର ଛାତ୍ରଛାତ୍ରୀମାନେ ତାହାକୁ ସେପରି ଭାବରେ ପଢିବା ଦରକାର !
ଏହା ଉପରେ କଂଗ୍ରେସ ଦଳ ପକ୍ଷରୁ ସାଧାରଣ ସମ୍ପାଦକ ତଥା ରାଜ୍ଯସଭା ସାଂସଦ ଜୟରାମ ରମେଶ କହିଛନ୍ତି ଯେ ନିକଟ ଅତୀତରେ ଘଟିଥିବା ବିକଟ ଘଟଣାଗୁଡିକୁ ବାଛି ବାଛି ବଦଳାଇ ଦେବାର ଉଦ୍ୟମ ଆରମ୍ଭ କରିଛି ବିଜେପି ସରକାର, ଏପରି ଅଭିସନ୍ଧି ପଛର କାରଣ ହେଉଛି ଲୋକଙ୍କ ମନରୁ ସେସବୁ ସ୍ମୃତିକୁ ଭୁଲାଇ ଦେବା !
ଏହା ଯେପରି ଦୁର୍ଭାଗ୍ୟଜନକ, ଦୂର ଅତୀତର ଇତିହାସକୁ ପୁନର୍ଲିଖନ କରିବା ସେହିପରି ନିନ୍ଦନୀୟ !