ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ନୂଆ ନିୟମ

ଭୁବନେଶ୍ୱର: ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ନୂଆ ନିୟମ ଘୋଷଣା କରାଯାଇଛି। ତାହା ଅନୁଯାୟୀ, ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ କୌଣସି

ଜରିମାନା ଦେବାକୁ ପଡ଼ିବନାହିଁ।

ନିୟମ ଅନୁଯାୟୀ ଗାଡିଗୁଡିକର ପଞ୍ଜୀକରଣ ନମ୍ବର ଅନୁସାରେ ଏଚଏସଆରପି ଲଗାଇବାର ବିଭିନ୍ନ ସମୟ ସୀମା ଧାର୍ଯ୍ୟ କରାଯାଇଛି। ଯଥା ଯଦି ଆପଙ୍କ

ଗାଡିର ପଞ୍ଜିକରଣ ଶେଷ ନମ୍ବର ୧ କିମ୍ବା ୨ ହୋଇଥାଏ,ତାହେଲେ ଆପଣ ଅଗଷ୍ଟ ଶେଷ ସୁଦ୍ଧା ନୂଆ ନମ୍ବର ପ୍ଲେଟ ଲଗେଇବାର ଶେଷ କରିବେ । ଯଦି

ପଞ୍ଜିକରଣ ର ଶେଷ ନମ୍ବର ୩ କିମ୍ବା ୪ ହୋଇଥାଏ ତାହେଲେ ସେପ୍ଟେମ୍ବର

୩୦ସୁଦ୍ଧା ଶେଷ କରିବେ। ୫ ଓ ୬ ଥିବା ଗାଡି ଅକ୍ଟୋବର ୩୧ ସୁଦ୍ଧା ଶେଷ କରିବେ । ୭ ଓ ୮ ନଂ ଥିବା ଗାଡି ନଭେମ୍ବର ୩୦ ସୁଦ୍ଧା ,ସେହିପରି ୯ ଓ ୦ ରେ

ଥିବା ଗାଡି ନମ୍ବର ଡିସେମ୍ବର

୩୧ ତାରିଖ ସୁଦ୍ଧା ନୂଆ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗେଇବାକୁ ପଡିବ । ଯଦି ଆପଣ ଚେକିଂ ରେ ପଡନ୍ତି ତାହେଲେ ଆପଣ ଅନଲାଇନ ବୁକିଂ ସ୍ଲିପ୍

ଦେଖାଇଲେ ଜରିମାନାରୁ ବର୍ତ୍ତିପାରିବେ ଗାଡ଼ି ମାଲିକ ବା ଚାଳକ। ଯଦି ଆପଣ ଧାର୍ଯ୍ୟ ସମୟରେ ବୁକିଂ କରିନଥିବେ ତେବେ ଆପଣଙ୍କୁ ଜରିମାନା ଦେବାକୁ

ପଡିବ ଯେହେତୁ ଡେଡଲାଇନ ସରିଆସୁଛି ତେଣୁ ହଜାର ହଜାର ସଂଖ୍ୟାରେ ଲୋକେ ଅନଲାଇନରେ ସ୍ଲଟ ବୁକିଂ କରୁଛନ୍ତି।ଯାହାଫଳରେ ଧାର୍ଯ୍ୟ ସମୟ

ମଧ୍ୟରେ ଲୋକଙ୍କୁ ସ୍ଲଟ ମିଳିପାରୁନାହିଁ। ତେଣୁ ଲୋକେ ଚେକିଂକୁ ନେଇ ଆଶଙ୍କାରେ ରହିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପରିବହନ କର୍ତ୍ତୃପକ୍ଷଏଭଳି

ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.