ବିଷଧର ରଣାସାପ କାମୁଡାରେ ନନ୍ଦନକାନନ ଚିଡିଆଖାନାରେ ଥିବା ଏକ ସିଂହୀର ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି ।
ଗତକାଲି ସଂଧ୍ୟାରେ ୨୯ ନମ୍ବର ଖୁଆଡରେ ରହୁଥିବା ସିଂହୀକୁ ସାପ କାମୁଡିଥିଲା।
ଚିଡିଆଖାନାରେ ପର୍ଯ୍ଯାପ୍ତ ପରିମାଣର ଆଣ୍ଟିଭେନମ୍ ନଥିବା କାରଣରୁ ତାହାର ତତ୍କାଳ ଚିକିତ୍ସା ସମ୍ଭବପର ହୋଇନଥିଲା ଓ ଚିକିତ୍ସାରେ ଅବହେଳା ହେତୁ ସିଂହୀର ମୃତ୍ୟୁ ହେଲା ବୋଲି କୁହାଯାଉଛି ।
ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ।