ବର୍ଷକ ଭିତରେ 5 ହଜାରରୁ ଉର୍ଦ୍ଧ ଯୌତୁକ ଅପରାଧ

2021ରେ ଓଡିଶାର ଯୌତୁକ ଜନିତ ଅପରାଧ ସଂଖ୍ୟା 5 ହଜାର ଟପିଛି । ଯୌତୁକ ପାଇଁ 298 ଜଣଙ୍କୁ ହତ୍ୟା କରାଯାଇଥିବା ବେଳେ, ଯନ୍ତ୍ରଣା ଦାଉରୁ 129 ଜଣ ଆତ୍ମହତ୍ୟା କରିଛନ୍ତି ।

ଯୌତୁକ ପାଇଁ 4ହଜାର 9ଶହ 49 ଜଣଙ୍କ ଉପରେ ହୋଇଛି ଅକଥନୀୟ ଅତ୍ୟାଚାର ।

ପୀଡିତା ବା ପୀଡିତାଙ୍କ ପୌତୃକ ପରିବାର ପକ୍ଷରୁ ଦାୟର ହୋଇଥିବା ମାମଲା ଆଧାରରେ ପ୍ରସ୍ତୁତ ସରକାରି ପରିସଂଖ୍ୟାନ ବାହାରେ ଯେ ଆହୁରି ଅନେକ ପୀଡିତା ଓ ଅତ୍ୟାଚାର ଘଟଣା ଥିବ, ଏଥିରେ କୌଣସି ସନ୍ଧେହ ନାହିଁ !

ସରକାରଙ୍କ ପକ୍ଷରୁ ପ୍ରଦତ୍ତ ବିବରଣୀ ଅନୁସାରେ 2021ରେ ସଂଘଠିତ ଯୌତୁକ ହତ୍ୟା ମାମଲା ମଧ୍ୟରୁ 181 ମାମଲାରେ କେଶ ଡାଏରୀ ଦାଖଲ ହୋଇଛି, 8ଟି ମାମଲା ଅମୂଳକ ସାବ୍ୟସ୍ତ ହୋଇଥିବା ବେଳେ 111ଟି ମାମଲାର ତଦନ୍ତ ଚାଲୁରହିଛି ।

ସେହିପରି ଯୌତୁକ ଜନିତ ଆତ୍ମହତ୍ୟା ମାମଲା ମଧ୍ୟରୁ 111ରେ କେଶ ଡାଏରୀ ପ୍ରସ୍ତୁତ ହୋଇଛି ଓ 18ଟିରେ ତଦନ୍ତ ଚାଲୁ ରହିଛି ।

4949 ଯୌତୁକ ନିର୍ଯ୍ୟାତନା ମାମଲା ମଧ୍ୟରୁ 3668 ମାମଲାର କେଶ ଡାଏରି ଦାଖଲ ହୋଇଛି, 64 ଟି ମାମଲା ଅମୂଳକ ସାବ୍ୟସ୍ତ ହୋଇଛି ଓ 1096 ମାମଲାର ତଦନ୍ତ ଚାଲୁ ରହିଛି ।

ଉଲ୍ଲେଖନୀୟ ଯେ ଗତବର୍ଷ ଯୌତୁକ ଜନିତ ମୋଟ ମୃତ ମହିଳାଙ୍କ ମଧ୍ୟରୁ 21ଜଣ ଭୁବନେଶ୍ୱରର ।

Leave A Reply

Your email address will not be published.