ମୋକିମଙ୍କୁ ବେଲ୍ : ଲକ୍ଷେ ଟଙ୍କା ଓ ତିନି ଜାମିନିଦାର ଦେଇ ଗିରଫ ଦାରିରୁ ବର୍ତ୍ତିଲେ ବାରବାଟି ବିଧାୟକ
ଗ୍ରାମ୍ୟ ଗୃହ ଉନ୍ନୟନ ନିଗମରେ ଋଣ ଜଳିଆତି ମାମଲାରେ ସ୍ପେସିଆଲ ଭିଜିଲାନ୍ସ କୋର୍ଟ ଦ୍ଵାରା ଦୋଷୀ ସାବ୍ୟସ୍ତ ହୋଇ 3 ବର୍ଷ ସଶ୍ରମ କାରାଦଣ୍ଡାଦେଶ ପାଇଥିଲେ କଟକ ବାରବାଟି ବିଧାୟକ ମହମ୍ମଦ ମୋକିମ, ଏହା ବିରୋଧରେ ସେ ଓଡିଶା ହାଇକୋର୍ଟରେ ଅପିଲ କରିଥିଲେ।
ମୋକିମଙ୍କ ସହ ତାଙ୍କ ବ୍ୟବସାୟିକ ସହଯୋଗୀ ପୀୟୂଷ ମହାନ୍ତିଙ୍କୁ ମଧ୍ଯ ଭିଜିଲାନ୍ସ କୋର୍ଟ ସମାନ ଦଣ୍ଡାଦେଶ କରିଥଲେ।
ମୋକିମ ଓ ପୀୟୂଷ ମହାନ୍ତିଙ୍କ ବିଲଡର କମ୍ପାନୀ ମେଟ୍ରୋ ବିଲ୍ଡର୍ସ ବେଆଇନ ଭାବେ ଗ୍ରାମ୍ୟ ଗୃହ ଉନ୍ନୟନ ନିଗମରରୁ 1 କୋଟି 50 ଲକ୍ଷ ଟଙ୍କା ଋଣ ନେଇଥିଲେ।