ମନରେଗା ଯୋଜନାରେ ପାଖାପାଖି ୧୫ ଲକ୍ଷ ହଡପ : ଥାନାରେ ମାମଲା ଦାୟର କଲେ ସରପଞ୍ଚ

କୋରାପୁଟ ବୈପାରିଗୁଡ଼ା ବ୍ଳକ ଗୁପ୍ତେଶ୍ୱର ଅଞ୍ଚଳରେ ୪ଟି ପ୍ରକଳ୍ପ କାମରେ ଲକ୍ଷାଧିକ ଟଙ୍କାର ହେରଫେର ହୋଇଥିବା ଅଭିଯୋଗ କରି ଥାନାରେ ମାମଲା ଦାୟର କରିଛନ୍ତି ଗୁପ୍ତେଶ୍ୱର ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ । ଗୁପ୍ତେଶ୍ୱର ଶୈବ ପୀଠରେ  ଆଦର୍ଶ ପୋଖରୀ ଖନନ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୯ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା, ମାତ୍ର କୌଣସି କାମ ନ ହୋଇ ୬ ଲକ୍ଷ ୨୭ ହଜାର ୮୩୧ ଟଙ୍କାର ବିଲ କରାଯାଇ ଅର୍ଥ ଆତ୍ମସାତ ହୋଇଛି। ଏହାଛଡା ଗୋୟଲକୁଣ୍ଡ ଗ୍ରାମରେ ୮ ଲକ୍ଷ ଟଙ୍କା ବ୍ଯୟରେ ଏକ ଖେଳ ପଡ଼ିଆ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା , କିନ୍ତୁ କାମ ନ ହୋଇ ୩ ଲକ୍ଷ ୪୧ ହଜାର ୮୯୦ ଟଙ୍କା ହଡ଼ପ କରାଯାଇଛି । ଅଭିଯୋଗରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ ମଝାଗୁଡ଼ାରେ ଖେଳ ପଡ଼ିଆ ନିର୍ମାଣ ନିମନ୍ତେ ମଞ୍ଜୁର ହୋଇଥିବା ୫ ଲକ୍ଷ ଟଙ୍କା ଅନୁଦାନରରୁ ୨ ଲକ୍ଷ ୧୮ ହଜାର ୭୬୪ ଟଙ୍କା ଓ ମୁର୍ଜାଗୁଡ଼ା ଗ୍ରାମରେ ପୋଖରୀ ଖନନ ପାଇଁ ମଞ୍ଜୁର ହୋଇଥିବା ୯ ଲକ୍ଷ ଟଙ୍କାରୁ ୨ ଲକ୍ଷ ୨୯ ହଜାର ୯୯୨ ଟଙ୍କା ନକଲି ବିଲ କରି ହଡ଼ପ କରାଯାଇଛି। ଥାନାରେ ଦାୟର ଅଭିଯୋଗ ପତ୍ରରେ ସରକାରୀ ଅର୍ଥ ଆତ୍ମସାତକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି ।

Leave A Reply

Your email address will not be published.