ନିଖୋଜ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ମିଳିଲା 

ଦୁଇଦିନ ଧରି ଘରୁ ନିଖୋଜ ଥିବା ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ମିଳିଛି ଧର୍ମଶାଳା ଥାନା ସୁନାରି ଗାଁର ଏକ ବୁଦା ଭିତରୁ । ମୃତ ମହିଳା ଜଣଙ୍କ ବେତଣ୍ଡା – ବାରବାଟି ବାଙ୍କସାହିର ସୁରେନ୍ଦ୍ର କୁମାରଙ୍କ ପତ୍ନୀ ୩୫ ବର୍ଷ ବୟସ୍କା ଗୀତାଞ୍ଜଳି ଦାଶ ବୋଲି ଜଣା ପଡ଼ିଛି। ସେ ସୁନାରି ଗାଁ ଉପେନ୍ଦ୍ର ପାଣିଗ୍ରାହୀଙ୍କ କନ୍ୟା ,୧୫ବର୍ଷ ତଳେ ଗୀତାଞ୍ଜଳିଙ୍କର ବିବାହ ସୁରେନ୍ଦ୍ରଙ୍କ ସହିତ ହୋଇଥିଲା, ସେମାନଙ୍କର ଏକ ୧୧ ବର୍ଷ ବୟସର କନ୍ୟା ଅଛି। ମିଳିଥିବା ସୂଚନାରୁ ପାରିବାରିକ କଳହରୁ ଗୀତାଞ୍ଜଳି ୫ବର୍ଷ ତଳୁ ସ୍ବାମୀ ଘରୁ ବାହାରି ଆସି ବାପଘର ସୁନାରିରେ ରହୁଥିଲେ ।ମଙ୍ଗଳବାର ସନ୍ଧ୍ୟାରେ ଘରୁ ବାହାରି ଯାଇ ସେ ଆଉ ଫେରି ନଥିଲେ । ଏ ନେଇ ତାଙ୍କ ଭାଇ ସୌମ୍ୟରଞ୍ଜନ ଧର୍ମଶାଳା ଥାନରେ ଏତାଲା ଦାୟର କରିଥିଲେ । ଗୀତାଞ୍ଜଳୀ ଙ୍କ ଅର୍ଦ୍ଧଦଗ୍ଧ ମୃତ ଶରୀର ପାଖରୁ ଏକ ଖାଲି କିରୋସିନ ଡବା ମିଳିଥିବାରୁ ସେ ସେ କିରୋସିନ ଢ଼ାଳିହୋଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି ।

Leave A Reply

Your email address will not be published.