ଖଣ୍ଡଗିରିରେ ଥିବା ଏକ ବେସରକାରୀ କଲେଜରେ ଏରୋସ୍ପେଶ ଇଞ୍ଜିନିୟରିଙ୍ଗ ଦ୍ୱିତୀୟ ବର୍ଷ ଛାତ୍ରୀ ସ୍ଵିଟୀ କଲେଜ ହଷ୍ଟେଲରେ ରହି ପଢ଼ନ୍ତି। ଗତ ବୁଧବାର ଦିନ ସେ କଲିକତାରୁ ଜନଶତାବ୍ଦୀ ଏକ୍ସପ୍ରେସ ଟ୍ରେନରେ ଆସି ୮.୦୦ରେ ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିଲେ ଓ ସାଙ୍ଗେ ସାଙ୍ଗେ ଘରକୁ ମାଙ୍କ ପାଖକୁ ଫୋନ କରି ସେ ପହଞ୍ଚିଗଲେ ବୋଲି ଜଣାଇଦେଲେ !
ଏହାର ଅଧଘଣ୍ଟା ପରେ ମା’ ଫୋନ କଲେ ଝିଅକୁ ସେ ହଷ୍ଟେଲରେ ପହଞ୍ଚିଲା କି ନାହିଁ ବୁଝିବାକୁ , ହେଲେ ଫୋନ ସ୍ଵିଚ୍ଅଫ ହୋଇ ଯାଇଥିଲା ।
ମା ଭୁବନେଶ୍ୱରରେ ରହୁଥିବା ଘରର ଜଣେ ବନ୍ଧୁ ସୁରେଶ ପଣ୍ଡାଙ୍କୁ ଫୋନ କରି କହିଲେ ହଷ୍ଟେଲକୁ ଯାଇ ବୁଝିବାକୁ ।
ସୁରେଶ ବୁଝି କି ଜାଣିଲେ ସ୍ଵିଟି ହଷ୍ଟେଲକୁ ଆସିନାହିଁ । ତେଣୁ ସେ ଅଗତ୍ୟା ରେଳବାଇ ଥାନାରେ ଏକ ଏତାଲା ଦାୟର କରିଦେଲେ ।
ଷ୍ଟେସନର ସିସିଟିଭି କ୍ୟାମେରାରୁ ତନଖି କରି ପୋଲିସ ଦେଖିଲା ଝିଅ ଭୁବନେଶ୍ୱର ରେଳ ଷ୍ଟେସନର ୬ ନମ୍ବର ପ୍ଲାଟଫର୍ମରେ ଓହ୍ଲାଇ ୧ ନମ୍ବର ପ୍ଲାଟଫର୍ମ ଦେଇ ବାହାରକୁ ଚାଲିଯାଇଛି ଜଣେ ଯୁବକଙ୍କ ସହିତ , ପରେ ସେହି ଝିଅକୁ ସେହି ପୁଅ ସହିତ ହାବଡା ରେଳ ଷ୍ଟେସନରେ ଦେଖିବାକୁ ମିଳୁଛି ।
ସେମାନେ ଏବେ ଚିଟପୁର ସହରରେ ଥିବା ପୋଲିସ କହୁଛି । ଯୁବକ ଜଣଙ୍କ ସ୍ଵିଟୀର ପୁରୁଷ-ବନ୍ଧୁ ଓ ସେମାନେ ରୋମାନ୍ସ କରୁଛନ୍ତି ବୋଲି କୁହାଯାଉଛି । ସ୍ଵିଟୀକୁ ଖୋଜି ପାଇବା ପାଇଁ ଭୁବନେଶ୍ୱର ସରକାରୀ ରେଳବାଇ ପୋଲିସ ପଶ୍ଚିମବଙ୍ଗ ସ୍ଥାନୀୟ ଥାନାର ସହଯୋଗ ଲୋଡିଛି ।