କଟକ ଜିଲ୍ଲା ମୁଣ୍ଡଳୀ ଟୋଲ ଗେଟ୍ କର୍ମଚାରୀଙ୍କ ଦାଦାଗିରି । ଛତିଶଗଡ଼ରୁ ଆସିଥିବା ପର୍ଯ୍ୟଟକ ମାନଙ୍କୁ ମାଡ ମାରି ଲହୁ ଲୁହାଣ କଲେ ଟୋଲ ଗେଟ୍ କର୍ମଚାରୀ ମାନେ ।ଟୋଲ୍ ଗେଟ୍ ପାର ହେବା ଶୁକ୍ଳକୁ ନେଇ ମୁହାଁମୁହିଁ କର୍ମଚାରୀ ଓ ପର୍ଯ୍ୟଟକ। ତନଖ ଫାଟକରେ ଗେଟ୍ କର୍ମଚାରୀ ଓ ଛତିଶଗଡ ରୁ ଆସିଥିବା ପର୍ଯ୍ୟଟକ ମାନଙ୍କ ମୁହାଁମୁହିଁ ହେବାରୁ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖୁବାକୁ ମିଳିଥିଲା। ଉଭୟ ପକ୍ଷଙ୍କ ମଧ୍ୟରେ ମାରପିଟ୍ରେ ୧୦ ଜଣ ଆହତ ହୋଇଥିବା ଜଣା ପଡ଼ିଛି।
ଖବର ଅନୁସାରେ, ଛତିଶଗଡ଼ରୁ ୨ଟି ବସରେ ଯାତ୍ରୀମାନେ ଓଡ଼ିଶା ଆସି ବିଭିନ୍ନ ସ୍ଥାନ ବୁଲୁଥିବା ବେଳେ ଫେରିବା ସମୟରେ ମୁଣ୍ଡଳୀରେ ଟୋଲ ଗେଟରେ ପହଞ୍ଚିଥିଲେ। ହେଲେ ଗେଟ୍ ପାରିହେବା ପାଇଁ ଦିଆଯାଉଥିବା ଟଙ୍କାକୁ ନେଇ କର୍ମଚାରୀ ଏବଂ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏମିତିକି ମାରପିଟ୍ ପର୍ଯ୍ୟନ୍ତ କଥା ଯାଇଥିଲା। ଉଭୟ ପକ୍ଷଙ୍କ ଗଣ୍ଡଗୋଳରେ ୧୦ ଜଣ ଆହତ ହୋଇଛନ୍ତି। ଏଥିରେ ଗେଟ୍ରେ ଥିବା ଜଣେ କର୍ମଚାରୀଙ୍କ ମୁଣ୍ଡ ଫାଟିଯିବାରୁ ସେ ଗୁରୁତର ହୋଇଛନ୍ତି । ଏଠି ପ୍ରଶ୍ନ ଉଠୁଛି କି କିଭଳି ଭାବରେ ଟୋଲ୍ ଗେଟ୍ ରେ କର୍ମଚାରି ମାନେ ଭୁଲି ଗଲେ ମାନବିକତା, ସାମାନ୍ୟ କେତୋଟି ପଇସା ପାଇଁ ନିଷ୍ଟୁର ହୋଇଗଲେ ଟୋଲ ଗେଟ୍ କର୍ମଚାରୀ । ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କୁ କାହା ସାହାସରେ ଏତେ ଦାଦାଗିରି ଦେଖାଉଛନ୍ତି ଟୋଲ ଗେଟ୍ କର୍ମଚାରୀ ? କିଏ ଦେଉଛି ସେମାନଙ୍କୁ ସାହସ ? ଏହି ଘଟଣାରେ ମହିଳା ମାନେ ମଧ୍ୟ ବର୍ତ୍ତିପାରି ନାହାଁନ୍ତି । ମହିଳା ମାନଙ୍କୁ ରାଜ ରାସ୍ତାରେ ହୋଇଛି ମରଣାନ୍ତକ ଆକ୍ରମଣ। ଖବର ପାଇ ଆଠଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଆହତଙ୍କୁ ପର୍ଯ୍ୟଟକମାନଙ୍କୁ ହସ୍ପିଟାଲ୍ ପଠାଇ ମାମଲାର ତଦନ୍ତ କରୁଛି ।