ବାଲେଶ୍ୱର ଜିଲ୍ଲାର ଔପଦା ଓ କୁଲଡ଼ିହା ରେଞ୍ଜ ଜଙ୍ଗଲରେ ନିଆଁ ଲାଗିବ ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି, ନିଆଁକୁ ଆୟତ କରାଯାଇ ପାରୁନଥିବା ବେଳେ ଏହା ଉଗ୍ର ରୂପ ଧାରଣା କରି ମାଡିଚାଲିଛି l କୁଲଡ଼ିହା ଅଭୟାରଣ୍ୟର ଖୁଣ୍ଟପାଟଣା, ମଙ୍ଗଳପୁର, ଦେବଗଡ଼, ସୁଗୁଣାଝର, ହଟଚତୁରୀ, ବାଇଣି ପାହାଚ ଓ ଖଡ଼ି ବଣିଆ ଅଞ୍ଚଳରେ ଏହି ନିଆଁ ବ୍ୟାପିବାରେ ଲାଗିଛି ଔପଦା ରେଞ୍ଜରେ ମଧ୍ୟ ସେହି ଅବସ୍ଥା l ଆରମ୍ଭରୁ ନିଆଁକୁ ଆୟତ୍ତ କରିବାକୁ ଜଙ୍ଗଲ ବିଭାଗ କୌଣସି ଉଦ୍ୟମ କରିନଥିବାରୁ ଏପରି ଅବସ୍ଥା ଉପୁଜିଛି ବୋଲି କୁହାଯାଉଛି l ବହୁ ମୂଲ୍ୟବାନ ଗଛ ଜଳିଯାଇଥିବା ବେଳେ, ଅନେକ ପଶୁ ଓ ସରୀସୃପ ମୃତ୍ୟୁମୁଖରେ ପଡିଛନ୍ତି | ଶିକାର ଉଦ୍ଦେଶ୍ୟରେ ଦୁର୍ବୁତ୍ତମାନେ ଏପରି କାଣ୍ଡ ଘଟାଇଥିବା କୁହାଯାଉଛି l