କଥାରେ ଠିକ ରହୁନି କେନ୍ଦ୍ର : କଣ ହେବ 20 ଲକ୍ଷ ମେଟ୍ରିକ ଟନ ଚାଉଳ ?

ବିଧାନସଭାର ପ୍ରଶ୍ନକାଳରେ ଶାସକ ବିଜେଡି ଦଳର ଭୂପିନ୍ଦର ସିଂଙ୍କ ମୂଳ ପ୍ରଶ୍ନରର ଉତ୍ତରରେ ଯୋଗାଣମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଚାଉଳ ସଂଗ୍ରହକୁ ନେଇ ଏକ ତଥ୍ୟ ରଖିଥିଲେ । ତଥ୍ୟ ଅନୁଯାୟୀ ଆସନ୍ତା ଖରିଫରେ 54 ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ ହେବାର ଅଛି । ସେଥିରୁ ଜାତୀୟ ଖାଦ୍ୟ ସୁରକ୍ଷା ଏବଂ ଓଡ଼ିଶାର ଆବଶ୍ୟକତା ପାଇଁ 24 ଲକ୍ଷ ମେଟ୍ରିକ ଟନ ବ୍ୟବହାର ହେବ । ବଳକା 30 ଲକ୍ଷ ମେଟ୍ରିକ ଟନ ଚାଉଳକୁ କେନ୍ଦ୍ରୀୟ ସଂସ୍ଥା Food Corporation of India ବା FCI ସଂଗ୍ରହ କରିବା କଥା, ହେଲେ ସେଥିରୁ କେବଳ 10 ଲକ୍ଷ ମେଟ୍ରିକ ଟନ ଚାଉଳ ଗ୍ରହଣ କରିବ FCI । ତେବେ ବାକି 20 ଲକ୍ଷ ମେଟ୍ରିକ ଟନ ଚାଉଳ କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ସୂଚନାନୁଯାୟୀ କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟ ସହ ଚାଉଳ ସଂଗ୍ରହକୁ ନେଇ ଏକ ବୁଝାମଣା ପତ୍ର ବା MOU ସ୍ଵାକ୍ଷର କରିଛନ୍ତି। ଏହା ଅନୁଯାୟୀ କେନ୍ଦ୍ର ସରକାର ଓଡିଶା ସରକାରଙ୍କ ଠାରୁ 30 ଲକ୍ଷ ମେଟ୍ରିକ ଟନ ଚାଉଳ ସଂଗ୍ରହ କରିବା କଥା । ହେଲେ ଏପରି ନକରି କେନ୍ଦ୍ର ସରକାର ଯେପରି ଭାବେ କେବଳ 10 ଲକ୍ଷ ମେଟ୍ରିକ ଟନ ଚାଉଳ କେନ୍ଦ୍ରୀୟ ଖାଦ୍ୟ ନିଗମ ଜରିଆରେ ନେବାକୁ ନିଷ୍ପତ୍ତି ନେଇଛନ୍ତି, ତାହା ରାଜ୍ୟରେ ଧାନ ଉତ୍ପାଦନ ଓ ଚାଉଳ ସଂଗ୍ରହ ଧାରାକୁ ପ୍ରତିକୂଳ ଭାବେ ପ୍ରଭାବିତ କରିବ ବୋଲି ମନ୍ତ୍ରୀ ବିଧାନସଭାରେ ଦର୍ଶାଇଛନ୍ତି ।
ଶ୍ରୀ ନାୟକଙ୍କ ଉତ୍ତର ବିରୋଧୀ ବିଜେପି ସଦସ୍ୟମାନଙ୍କୁ ଅସ୍ତବ୍ୟସ୍ତ କରିଦେଇଥିବା ବେଳେ ସେମାନେ ଗୃହରେ ହଟ୍ଟଗୋଳ କରି ଅଯଥା ଅବିମୃଷ୍ଯକାରୀତା ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.