ଖଣି ଚଢ଼ାଉକାରୀ ଦଳ ଉପରେ ମାଫିଆ-ଆକ୍ରମଣ

ଗତକାଲି ସଂଧ୍ୟାରେ ରଣପୁର ଅତିରିକ୍ତ ତହସିଲଦାରଙ୍କ ନେତୃତ୍ୱରେ ଏକ ବେଆଇନ ଖଣି ଉପରେ ସରକାରୀ ଚଢ଼ାଉ ହେଉଥିବା ବେଳେ ୨୦ଜଣ ଖଣି ମାଫିଆ ଚଢ଼ାଉକାରୀ ଦଳ ଉପରେ ଆକ୍ରମଣ କରି ଜବତ ହୋଇଥିବା ଏକ ଚିପ୍ସ ବୋଝେଇ ଟ୍ରକକୁ ଜବରଦସ୍ତ ନେଇଯାଇଛନ୍ତି। ମାଫିଆଙ୍କ ଆକ୍ରମଣରେ ସୁଦାମ ଚରଣ ବେହେରା ନାମକ କର୍ମଚାରୀ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ କର୍ମଚାରୀମାନେ ମଧ୍ୟ ଆହତ ହୋଇଛନ୍ତି। ଆହତମାନଙ୍କୁ ଚାନ୍ଦପୁର ବସନ୍ତ ମଞ୍ଜରୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ତହସିଲଦାର ଏ ବାବଦରେ ପୋଲିସରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରୁ ଏକ ଜୀବନ୍ତ ଗୁଳି, ଷ୍ଟୋନକଟର ଓ ଗୋଟିଏ ପଥରବୋଝେଇ ଟ୍ରକ ଜବତ କରାଯାଇଛି।ଚାନ୍ଦପୁର ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.