କେତେକ ସମ୍ବାଦ ସରବରାହ ସଂସ୍ଥା ଉପରେ କଟୁ କଟାକ୍ଷ କରି ମୁଖ୍ୟ ବିଚାରପତି ଏନ ଭି ରମନ୍ନା କହିଛନ୍ତି ଏମାନେ ଦେଶରେ କଙ୍ଗାରୁ କୋର୍ଟ ଚଳାଉଛନ୍ତି ! ରାଞ୍ଚି ନେସନାଲ ଇଉନିଭରସିଟି ଅଫ ଷ୍ଟଡି ଆଣ୍ଡ ରିସର୍ଚ୍ଚ ଆନୁକୂଲ୍ୟରେ ଆୟୋଜିତ ଜଷ୍ଟିସ ଏସ ବି ସିହ୍ନା ବକ୍ତୃତାମାଳାରେ ଭାଷଣ ଦେଇ ଆଜି ଏକଥା କହିଛନ୍ତି ସୁପ୍ରିମକୋର୍ଟଳ ମୁଖ୍ୟ ବିଚାରପତି । ସେ କହିଲେ ଯେ ଏବେ ଆମେ ଦେଖୁଛେ, ଯେତେବେଳେ କେତେକ ବିଷୟରେ ଅଭିଜ୍ଞ ବିଚାରପତି କୌଣସି ବସ୍ତୁନିଷ୍ଠ ନିଷ୍ପତ୍ତି ନେବା ପାଇଁ ପର୍ଯ୍ଯାପ୍ତ ସମୀକ୍ଷା ଓ ସମୟ ଆବଶ୍ୟକ କରିଥାଆନ୍ତି, ସେତେବେଳେ ସେସବୁ ବିଷୟ ଓ ଘଟଣାକୁ ନେଇ କେତେକ ସମ୍ବାଦ ସରବରାହ ସଂସ୍ଥା ନିଜ ଆଭିମୁଖ୍ୟ ଓ ଏଜେଣ୍ଡା ଭିତ୍ତିରେ ରାୟ ଶୁଣାଇ ଦେଇ ତାହାର ପ୍ରଚାର ଜାରି କରି ଦେଉଛନ୍ତି, ଏହା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ହାନିକାରକ ।