ସ୍ଥାନୀୟ ଏକ ବେସରକାରୀ କଲେଜରେ ଏମସିଏ କରୁଥିବା ଆଶ୍ରିତା ସେନାପତି ନାମ୍ନୀ ଛାତ୍ରୀ ଗତକାଲି ନିଜ ଆଚାର୍ଯ୍ୟ ବିହାର କୋଠରୀରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛି। ଆଶ୍ରିତାଙ୍କ ସୁଇସାଇଡ ନୋଟ୍ ଆଧାରରେ ସହିଦ ନଗର ପୋଲିସ ସତ୍ୟପ୍ରକାଶ ଦାସ ନାମକ ଜାଣେ ଯୁବକଙ୍କୁ ଥାନାରେ ଅଟକ ରଖି ପଚରଉଚରା କରୁଛି।
ସତ୍ୟପ୍ରକାଶ ଭୁବନେଶ୍ୱରସ୍ଥିତ ଏକ ସଫ୍ଟଓୟର କମ୍ପାନୀରେ କାମ କରନ୍ତି ଓ ଉଭୟଙ୍କ ମଧ୍ୟରେ ଦୀର୍ଘଦିନ ଧରି ସଂପର୍କ ଥିବାକଥା ସୁଇସାଇଡ ନୋଟରୁ ଜଣା ପଡ଼ିଛି, ଶ୍ରୀ ଦାସ ଆଶ୍ରିତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିବା କଥା ମଧ୍ୟ ପୋଲିସ ଜାଣି ପାରିଛି।