ପ୍ରକାଶ ପାଇଲା ମାଟ୍ରିକ ଫଳ : ୯୬.୪୦% ପାଶ

ଓଡିଶା ମାଧ୍ଯମିକ ଶିକ୍ଷା ବୋର୍ଡ ସଭାପତିଙ୍କ ପୂର୍ବ ସୂଚନା ଅନୁଯାୟୀ ଆଜି ସକାଳ ୧୦ଟା ସମୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ପରୀକ୍ଷା ଫଳ ଘୋଷଣା କରିଥିଲେ। ଏବର୍ଷ ପରୀକ୍ଷାରେ ପାଶହାର ୯୬.୪୦% ରହିଥିବା ବେଳେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଅଧିକ ଭଲ କରିଛନ୍ତି । ପରୀକ୍ଷାରେ ୯୩.୩୬% ଛାତ୍ର ଓ ୯୫.୦୮% ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। କଟକ ଓ ଜଗତସିଂହପୁର ଜିଲ୍ଲାରେ ପାଶହାର ସର୍ବୋଚ୍ଚ ୯୭.୯୯% ରହିଛି।
କୃତକାର୍ଯ୍ୟ ହୋଇନଥିବା ଛାତ୍ର ଛାତ୍ରୀଙ୍କ ନିମନ୍ତେ ଚଳିତ ବର୍ଷଠାରୁ ପୁଣିଥରେ ସପ୍ଲିମେଣ୍ଟାରି ପରୀକ୍ଷା ବ୍ଯବସ୍ଥା ଚାଲୁକରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.