ମଣିପୁର ହିଂସା ବିରୁଦ୍ଧରେ ଆଦିବାସୀ ମଞ୍ଚ ତରଫରୁ ବିରାଟ ରାଲି ଓ ସଭା

ସୁନ୍ଦରଗଡ଼ (ସଂଜୀବ କୁମାର ପାଢୀ) : ଆଦିବାସୀ ଏକତା ମଞ୍ଚ ତରଫରୁ ମଣିପୁର ହିଂସା ବିରୁଦ୍ଧରେ ଏକ ବିଶାଳ ରାଲି ସୁନ୍ଦରଗଡ଼ ଜିଲ୍ଲା ସ୍ଥିତ ବୀରମିତ୍ରପୁର ପୈ।ରାଞ୍ଚଳ ଅନ୍ତର୍ଗତ ବିର୍ସା ମୁଣ୍ଡା ଯାତ୍ରୀ ପ୍ରତିକ୍ଷାଳୟ ନିକଟରୁ ବାହାରି ଗାନ୍ଧୀରୋଡ ମଙ୍ଗଲାଲ ଦଫେଇ ଦେଇ ବାରି ମଇଦାନରେ ପହଞ୍ଚି ଥିଲା । ଉକ୍ତ ରାଲି ପୂର୍ବରୁ ପୂର୍ବତନ ବିଧାୟକ ଜର୍ଜ ତିର୍କୀ , ନିହାର ସୁରୀନ , ରୋହିତ ଯୋସେଫ ତିର୍କୀ , ପୂର୍ବତନ ନଗରପାଳ ଶଶୀ ସାଗର ପ୍ରମୁଖ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ରାଲି ପରେ ବାରି ମଇଦାନରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ପୂର୍ବତନ ବିଧାୟକ ଜର୍ଜ ତିର୍କୀ , ନିହାର ସୁରୀନ, ରୋହିତ ଯୋସେଫ ତିର୍କୀ , ଶଶୀ ସାଗର , ଜଗଦୀଶ ଅଗ୍ରୱାଲ , ଅଜୟ ମୁଣ୍ଡୁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ମଞ୍ଚାସୀନ ଅତିଥି ଗଣ ନିଜ ନିଜର ବକ୍ତବ୍ୟରେ ମଣିପୁର ସରକାରଙ୍କୁ ବରଖାସ୍ତ କରିବାକୁ ଦାବି କରିଥିଲେ । ସଭାଶେଷରେ ଆଦିବାସୀ ନେତା ଗଣ ସ୍ଥାନୀୟ ଏସଡିପିଓ ସୁଶାନ୍ତ ଦାଶଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିବା ପରିଲକ୍ଷିତ ହୋଇଥିଲା । ଉକ୍ତ ସ୍ମାରକପତ୍ରରେ ମଣିପୁର ଘଟଣାର ତଦନ୍ତ କରାଯିବା ସହ ମଣିପୁର ରାଜ୍ୟ ସରକାରଙ୍କୁ ବରଖାସ୍ତ କରାଯିବା ନେଇ ଦାବି କରାଯାଇଥିଲା।

Leave A Reply

Your email address will not be published.