ପଦ୍ମପୁରରେ ଉପନିର୍ବାଚନ ଆଉ ୪ ଦିନ ବାକି ଥିଲାବେଳେ ପାଇକମାଳରେ ଏକ ମାଓ ବ୍ଯାନର ଲାଗିଥିବା ଦେଖାଯାଇଛି। ଏହାଫଳରେ ପଦ୍ମପୁରରେ ଆତଙ୍କର ଚାପା ମାହୋଲ ସୃଷ୍ଟି ହୋଇଥିବା ବେଳେ ସୁରକ୍ଷା ବ୍ଯବସ୍ଥାକୁ କଡାକଡି କରାଯାଇଛି – ଏଥିପାଇଁ ୬ ପ୍ଲାଟୁନ ସିଆରପିଏଫ ଓ ୩ ପ୍ଲାଟୁନ ବିଏସଏଫ ଜବାନ ମୁତୟନ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଓ ନରେନ୍ଦ୍ର ସିଂହ ତୋମାର ଆଜି ନିର୍ବାଚନ ପ୍ରଚାର ପାଇଁ ପଦ୍ମପୁର ଆସୁଛନ୍ତି।
ପାଇକମାଳରୁ ପଦ୍ମପୁର ଏକ୍ସପ୍ରେସ ଓ୍ଵେର ରସମୁଣ୍ଡା ଠାରେ ଦୁଇଟି ଗଛ ମଝିରେ ଲଗାଯାଇଥିବା ଏହି ମାଓ ବ୍ଯାନରରେ ରାଜ୍ୟର ଯେଉଁ ମନ୍ତ୍ରୀ ଓ ଶାସକ ଦଳର ନେତାମାନେ ଭୋଟପାଇଁ ଲୋକମାନଙ୍କୁ ଭୟ ଦେଖାଉଛନ୍ତି, ସେମାନଙ୍କୁ ଉଚିତ ଜବାବ ଦିଆଯିବ ବୋଲି ଲଗିଯାଇଛି। ଏଥିରେ ଛତିଶଗଡ଼ ଓଡିଶା ମାଓ ସଙ୍ଗଠନ ବୋଲି ଲେଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ଗୁରୁବାର ଦିନ ପଦ୍ମପୁର ସନ୍ନିକଟ ବଲାଙ୍ଗୀର ଗନ୍ଧମାର୍ଦ୍ଦନ ରେଞ୍ଜରେ ଛତିଶଗଡ଼ର ୨ ମାଓବାଦୀ ମହିଳା ପୋଲିସ ଗୁଳିରେ ନିହତ ହୋଇଛନ୍ତି ।