ପ୍ରେମିକା ଘରେ ରସି ଲଗାଇ ପ୍ରେମିକର ଆତ୍ମହତ୍ୟା

ବ୍ରହ୍ମଗିରି ସାହୁପଡାର ସୂର୍ଯ୍ୟକାନ୍ତ ବିଶ୍ଵାଳଙ୍କ ମୃତଦେହ ଆଜି ସକାଳେ ପଡୋଶୀ ଘର ସିଲିଂଫ୍ଯାନରେ ଝୁଲୁଥିବା ଅବସ୍ଥାରେ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ନାନା ପ୍ରକାର ଚର୍ଚ୍ଚା ହେଉଛି।

କେତେକ ଏହାକୁ ପ୍ରେମରେ ବିଫଳତା ଜନିତ ଆତ୍ମହତ୍ୟା କହୁଥିବା ବେଳେ ସୂର୍ଯ୍ଯକାନ୍ତଙ୍କ ପରିବାର ଲୋକେ ଏହାକୁ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହି ଥାନାରେ ଏତଲା ଦେଇଛନ୍ତି।

ସୂର୍ଯ୍ଯକାନ୍ତଙ୍କର ପଡୋଶୀ ଘର ଝିଅ ସହ ପ୍ରେମ ସମ୍ପର୍କ ଥିଲା ବୋଲି ଜାଣିବାକୁ ମିଳିଛି।

ପୋଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.