ହଜିଥିବା ଶ୍ରୀମନ୍ଦିର ଫାଇଲ ମିଳିଲା

ଜଗନ୍ନାଥ ମନ୍ଦିର ପ୍ରଶାସନର ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ଫାଇଲ – JTA-55/2006(Pt) ଓ JTA-06/2014 ହଜିଯାଇଥିବା ବାବଦରେ ଜାଣିବାକୁ ମିଳିବା ପରେ ବିରୋଧୀ ଦଳ ପକ୍ଷରୁ ସରକାରଙ୍କ ଉପରେ ଆକ୍ରମଣ ଆରମ୍ଭ ହୋଇଯାଇଥିଲା। ଭାରତୀୟ ଜନତା ଦଳ ପକ୍ଷରୁ ଅପ୍ରେଲ ୨୧ ତାରିଖରେ ଏହାକୁ ନେଇ କ୍ଯାପିଟାଲ ଥାନାରେ ଏକ ଏତାଲା ମଧ୍ୟ ଦାୟର କରାଯାଇଥିଲା।
ଆଜି ଏହା ଉପରେ ସ୍ପଷ୍ଟୀକରଣ ଦେଇ ସରକାରଙ୍କ ଆଇନ ବିଭାଗ ପ୍ରମୁଖ ସଚିବ ଧନେଶ୍ୱର ମଲ୍ଲିକ ଏକ ପ୍ରେସବାର୍ତ୍ତାରେ ଜଣାଇଛନ୍ତି ଯେ ଅନ୍ୟ ଫାଇଲଗୁଡିକ ସହିତ ମିଶିଯାଇଥିବା ହେତୁ ମିଳୁନଥିବା ଫାଇଲ ଦୁଇଟି ମିଳିଛି !

Leave A Reply

Your email address will not be published.