ଭୁବନେଶ୍ୱର ଖାରବେଳ ନଗରରେ ଥିବା ଚନ୍ଦ୍ରମା ଆପାର୍ଟମେଣ୍ଟର ଆଠ ମହଲରୁ ପଡି ଗତକାଲି ସଂଧ୍ୟାରେ ଅନିରାଜ ମନ୍ଦ ଟୁଡୁ ନାମକ ଜଣେ ୨୩ ବର୍ଷ ବଯସ୍କ ଆଇନ ଛାତ୍ରରଙ୍କର ରହସ୍ୟମୟ ମୃତ୍ୟୁ ଘଟିଛି।
ପ୍ରାପ୍ତ ସୂଚନାରୁ ଜଣା ପଡିଛି ଯେ ଅନିରାଜ କଟକର ଏକ ହଷ୍ଟେଲରେ ରହି ପଢନ୍ତି, ତାଙ୍କ ବାପାମା’ ପୂର୍ବରୁ ଏହି ଆପାର୍ଟମେଣ୍ଟରେ ରହୁଥିଲେ ଓ ଛୁଟିଦିନମାନଙ୍କରେ ସେ ଏଠାକୁ ଆସୁଥିଲେ। ମାତ୍ର ଇତିମଧ୍ୟରେ ତାଙ୍କର ବାପାମା’ ଚନ୍ଦ୍ରମା ଆପାର୍ଟମେଣ୍ଟ ଛାଡି ଗଙ୍ଗନଗରରେ ରହୁଛନ୍ତି, ତେଣୁ ରବିବାର ଦିନ ସଂଧ୍ୟାରେ ଅନିରାଜ ଏଠାକୁ କାହିଁକି ଆସିଥିଲେ ଓ ୮ ମହଲା ଉପରକୁ କାହିଁକି ଯାଇଥିଲେ – ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଶୁଣିବାକୁ ମିଳୁଛି ଯେ ଗତକାଲି ତାଙ୍କୁ ୨ ଜଣ ଅଜ୍ଞାତ ଯୁବକ ଏଠାକୁ ଆସି ଖୋଜୁଥିଲେ। ତେଣୁ ଏହା ହତ୍ୟା ନା ଆତ୍ମହତ୍ୟା ନା ଅସାବଧାନତା ବଶତଃ ଖସିପଡିବା ଫଳରେ ମୃତ୍ୟୁ – ସେନେଇ ଚର୍ଚ୍ଚା ହେଉଛି।
ପୋଲିସ ଘଟଣାର ତଦନ୍ତ କରୁଛି।