ଭୁବନେଶ୍ବର: ମହିଳା ପ୍ରଫେସରଙ୍କୁ ଦୁଷ୍କର୍ମ ଅଭିଯୋଗ । ଏଭଳି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ସୂଚାନୁସାରେ ଛତିଶଗଡ଼ ରାୟପୁର ଜିଲ୍ଲା କବିର ନଗର ଥାନା ଅଧୀନ ଫେଜ-୨ ଅଞ୍ଚଳର ଜଣେ ୨୪ ବର୍ଷୀୟା ଯୁବତୀ ଗତ ବର୍ଷ ମାର୍ଚ୍ଚ ମାସରେ ଘରୋଇ ଏକ ଇଞ୍ଜିନିୟରିଂ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିଲେ। ସେଠାରେ ଜଣେ ଯୁବକଙ୍କ ସହ ତାଙ୍କର ପରିଚୟ ହୋଇଥିଲା ଯିଏ ପୂର୍ବରୁ ସେହିଠାରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଥିଲା। ସଂପୃକ୍ତ ଯୁବକ ଜଣଙ୍କ ତାଙ୍କୁ ଜାଗମରା ଠାରେ ଥିବା ଏକ ହୋଟେଲକୁ ନେଇ ଥଣ୍ଡାରେ ନିଶା ଦେଇ ୩ ଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏପରିକି ଉକ୍ତ ଯୁବକ ଜଣକ ଅଶ୍ଲୀଳ ଭିଡିଓ ମଧ୍ୟ ସୁଟିଂ କରିଥିଲେ । ପରେ ଏନେଇ ତାଙ୍କୁ ବ୍ଲାକ ମେଲ କରି ୨ ଲକ୍ଷ ଟଙ୍କା ନେଇଥିଲେ। ହେଲେ ୨ ଲକ୍ଷ ଟଙ୍କା ନେବା ପରେ ବି ନିର୍ଯାତନା ଥମି ନଥିଲା। ଶେଷରେ ବାଧ୍ୟ ହୋଇ ଛତିଶଗଡ଼ ଯାଇ କବିରନଗର ଥାନାରେ ପୀଡିତ ମହିଳା ଜଣକ ଅଭିଯୋଗ କରିଥିଲେ । ଏ ନେଇ ଜିରୋ ଏଫଆଇଆରରେ ମାମଲା ରୁଜୁ କରି ରାୟପୁର ଡିଆଇଜି କମିଶନରେଟ ପୁଲିସକୁ ଚିଠି ଲେଖିବା ପରେ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।